ଏମପିସି କଲେଜରେ ଆନ୍ତର୍ଜାତିୟ ସମ୍ମିଳନୀ

Dec 19, 2025 - 19:25
 0  6
ଏମପିସି କଲେଜରେ ଆନ୍ତର୍ଜାତିୟ ସମ୍ମିଳନୀ

ବାରିପଦା ତା 19/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ବାରିପଦାସ୍ଥିତ ଏମପିସି କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଡିଜିଟାଲ ଯୁଗ : ଭାରତର ସମକାଳୀନ ସଂସ୍କୃତି ଓ ରାଜନୀତି ଉପରେ ଏହାର ପ୍ରଭାବ ଶୀର୍ଷକରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ କଲେଜର ଅଧ୍ୟକ୍ଷ ନାରାୟଣ ପ୍ରସାଦ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି. କାଲିଫର୍ନିଆ ବିଶ୍ବବିଦ୍ୟାଳୟ ନୃତତ୍ତ୍ଵବିଜ୍ଞାନ ବିଭାଗର ପ୍ରଫେସର ଡ. ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ, ପ୍ରଫେସର ତ୍ରିଲୋକୀ ନାଥ ପାଣ୍ଡେ, କଲିକତା କଲ୍ୟାଣୀ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟମୁଖ୍ୟ ପ୍ରଫେସର ଶିଲାଦିତ୍ୟ ଚକ୍ରବର୍ତ୍ତୀ, ଇଥିଓପିଆ ୱେଲାଇଟା ସୋଡୋ ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ୟିସେହାକ ଓସା ଜୋକ୍ସା ଆଭାସୀ ମାଧ୍ୟମରେ ସମ୍ମିଳନୀକୁ ଉଦଘାଟନ କରି ଡିଜିଟାଲ ଯୁଗରେ ଭାରତୀୟ ସମାଜ, ସଂସ୍କୃତି ଓ ରାଜନୀତିରେ ଘଟୁଥ‌ିବା ପରିବର୍ତ୍ତନ, ଡିଜିଟାଲ ମାଧ୍ୟମର ଭୂମିକା, ରାଜନୈତିକ କ୍ରିୟାକଳାପ ଓ ତାହାର ପରିଣାମ ସମ୍ପର୍କରେ ଆଲୋଚନା କରିଥିଲେ. ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଡ.ଆଲବର୍ଟିନା ତିର୍କୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡ. ଅରୁଣ ରାୟ ବିଷୟ ଉପରେ ପ୍ରାକସୂଚନା ପ୍ରଦାନ କରିଥିଲେ. ଏହି ଅବସର ରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଅଧ୍ୟାପକ ସୁରେଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ