।। ଏକାଥରେ ଅସୁସ୍ଥ ହେଲେ ୧୨ ଛାତ୍ରୀ,ସମସ୍ତ ଛାତ୍ରୀ ଡାକ୍ତରଖାନା ରେ ଭର୍ତ୍ତି ।।

Jul 9, 2024 - 20:49
 0  16
।। ଏକାଥରେ ଅସୁସ୍ଥ ହେଲେ ୧୨ ଛାତ୍ରୀ,ସମସ୍ତ ଛାତ୍ରୀ ଡାକ୍ତରଖାନା ରେ ଭର୍ତ୍ତି ।।

ଚାଲିଥିଲା ସ୍କୁଲ୍ , ଏକାଥରେ ଅସୁସ୍ଥ ହେଲେ ୯ମ ଶ୍ରେଣୀ ଓ ଦଶମ ଶ୍ରେଣୀ ରୁ ମିଶାଇ ୧୨ ଛାତ୍ରୀ ା ସମସ୍ଥ ଛାତ୍ରୀ ଙ୍କୁ ଭର୍ତି କରାଯାଇଛି ଡାକ୍ତରଖାନା ରେ ା ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଜନମଙ୍ଗଳ ହାଇସ୍କୁଲ ଠାରେ ା ପାଖାପାଖି ଦିନ ୧୧ଟା ସୟରେ କ୍ଲାସ୍ ଚାଲିଥିବାବେଳେ ୯ମ ଓ ୧୦ ମଶ୍ରେଣୀ ରୁ ଜଣକ ପରେ ଜଣେଇ ଏମିତି ୧୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଲେ ା ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାରୁ ବିଦ୍ଯାୟ ଶିକ୍ଷକ ମାନେ ତାଙ୍କୁ ତୁରନ୍ତ ନିକଟସ୍ଥ କେଶଦୂକପାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ା ସେଠାରୁ ପୁଣିଥରେ ସମସ୍ତ ଛାତ୍ରୀ ଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି ା ଗତ ଶନିବାର ଦିନ ଠିକ୍ ଏହିଭଳି ଅସୁସ୍ଥ ଅବସ୍ଥାରେ ୨-୩ ଜଣ ଛାତ୍ରୀ ମେଡିକାଲ ରେ ଭର୍ତି ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିବା ଅବିଭାବକ କହିଛନ୍ତି ା ପୂନର୍ବାର ସ୍କୁଲ ରେ ଏଭଳି ଘଟଣା ପାଇଁ ଚିନ୍ତା ବ୍ଯକ୍ତ କରିଛନ୍ତି ଅବିଭାବକ ା ତେବେ ଛାତ୍ରୀ ଙ୍କ ସେଭଳି କିଛି ବିଶେଷ ସ୍ବାସ୍ଥଗତ ସମସ୍ଯା ନଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ା ତେବେ ମେଡିକାଲରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଅସୁସ୍ଥ ଛାତ୍ରୀଙ୍କୁ ଭେଟିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ