ଉତ୍କଳ ପରିଷଦର ଉତ୍କଳ ଦିବସରେ କବିତା ପାଠ

Mar 19, 2025 - 15:44
 0  72
ଉତ୍କଳ ପରିଷଦର ଉତ୍କଳ ଦିବସରେ କବିତା ପାଠ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୯/୦୩/୨୦୨୫ ରିଖ: ନବରଙ୍ଗପୁର ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷରେ ଉତ୍କଳ ପରିଷଦର ସଭାପତି ବିଜୟ ଚୌଧୁରୀ ଙ୍କ ସଭାତିତ୍ବରେ ଉତ୍କଳ ଦିବସ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ବୈଠକ ପ୍ରାରମ୍ଭରେ ଦିବଂଗତ ବିଶିଷ୍ଟ କବି ସାହିତ୍ୟକ ରମାକାନ୍ତ ରଥଙ୍କ ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ! ଏହି ଅବସରରେ ସଭ୍ୟଙ୍କ ଦ୍ଵାରା ସ୍ୱର୍ଗତ କବି ରମାକାନ୍ତ ରଥଙ୍କ ସ୍ମୃତି ଚାରଣ କରାଯାଇଥିଲା ! ପ୍ରସ୍ତୁତି ବୈଠକ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରିଷଦ ର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ଆଗାମୀ ଉତ୍କଳ ଦିବସ କିପରି ପାଳନ ହେବ ସେଥି ନିମନ୍ତେ ସଭ୍ୟଙ୍କ ଠାରୁ ମତାମତ ସଂଗ୍ରହ କରିଥିଲେ ! ସର୍ବସମ୍ମତି କ୍ରମେ ଉତ୍କଳ ଦିବସ ଦିନ ନବରଙ୍ଗପୁର ଜିଲ୍ଲାର ଜଣେ ବରିଷ୍ଠ ସାହିତ୍ୟଙ୍କ କୁ ବକ୍ତା ଭାବରେ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ଏଥି ଉକ୍ତ ଦିନ ଏକ ଜିଲ୍ଲାର ପ୍ରତିଷ୍ଠିତ କବି ଙ୍କ ଦ୍ଵାରା କବିତା ପାଠ ମଧ୍ୟ କରାଯିବା ନିମନ୍ତେ ପ୍ରସ୍ତାବ କୁ ଗ୍ରହଣ କରାଗଲା ଏବଂ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପାଇଁ ମଧ୍ୟ ସମସ୍ତ ସଭ୍ୟ ଏକ ମତରେ ସମ୍ମତି ପ୍ରକାଶ କରିଥିଲେ ! ଉକ୍ତ ବୈଠକରେ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଜଗଦୀଶ ତ୍ରିପାଠୀ ଏବଂ ପ୍ରଭାସିନୀ ମହାନ୍ତି, ସମ୍ପାଦକ ତପନ କୁମାର ବିଷୋୟୀ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଗୋପାଳ ପାଣିଗ୍ରାହୀ, ଡ.ପୂର୍ଣ୍ଣ ମହାପାତ୍ର, ପି.ରବିକାନ୍ତ ରଘୁରାମ, ଉପଦେଷ୍ଟା ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ