ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲାସ୍ତରୀୟ ଉତ୍ସବ ପାଳନ

Mar 29, 2025 - 19:56
 0  83
ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲାସ୍ତରୀୟ ଉତ୍ସବ ପାଳନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୮.୦୩.୨୦୨୫: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉପ-ନିବନ୍ଧକ ସମବାୟ ସମିତି ସମୂହ,ନବରଙ୍ଗପୁର ବିଭାଜନଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ସଭାରେ ନବରଙ୍ଗପୁର ବିଧାୟକ ପ୍ରତିନିଧି, କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ସଦସ୍ୟ ଶ୍ରୀଯୁକ୍ତ ଭୀମ ହରିଜନ,ଉପ-ନିବନ୍ଧକ ସମବାୟ ସମିତି ସମୂହ,ନବରଙ୍ଗପୁର ବିଭାଜନ ଶ୍ରୀଯୁକ୍ତ ଭୀମସେନ ସାହୁ,ଶ୍ରୀଯୁକ୍ତ ଦେବରାଜ ନାଗ, ଯୁବ-ସମବାୟ ବିତ, ସହକାରୀ-ନିବନ୍ଧକ ସମବାୟ ସମିତି ସମୂହ,ନବରଙ୍ଗପୁର ମଣ୍ଡଳ ଶ୍ରୀଯୁକ୍ତ ଶିବ ଶଙ୍କର ପ୍ରଧାନ ଯୋଗ ଦେଇ ସମବାୟ ସମୃଦ୍ଧି ରେ ମହିଳା ମାନଙ୍କୁ ସଶକ୍ତିକରଣ କରିବାରେ ସମବାୟର ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ ! ଶ୍ରୀ କପିଳେନ୍ଦ୍ର ଶାସମଲ,ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି, ନବରଙ୍ଗପୁର ସଭା ପରିଚାଳନା କରିଥିବା ବେଳେ ଶ୍ରୀ ନିମାଇ ଚରଣ ନାୟକ, ଉପ- ସହକାରୀ-ନିବନ୍ଧକ ସମବାୟ ସମିତି ସମୂହ ଏବଂ ଶ୍ରୀ କେଶବ ଚନ୍ଦ୍ର ନାୟକ, ଉପ- ସହକାରୀ-ନିବନ୍ଧକ ସମବାୟ ସମିତି ସମୂହ ଉପ ସହକାରୀ ନିବନ୍ଧକ ସଭା ଆୟୋଜନର ସାମଗ୍ରିକ ସହଯୋଗ କରିଥିଲେ !ଶେଷରେ ବିଭିନ୍ନ କ୍ଷେତ୍ର ରେ ଉତ୍କର୍ଷତା ଲାଭ କରିଥିବା ସାତଗୋଟି ସ୍ଵୟଂ ସହାୟିକା ଗୋଷ୍ଠୀକୁ ଆର୍ଥିକ ପୁରସ୍କାର ପ୍ରଦାନ ସହ ସମ୍ମାନିତ କରଯାଇଥିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ