।। ଅଭିତକ ନ୍ୟୁଜ ଚ୍ୟାନେଲ ର ରାଜ୍ୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।।

Dec 29, 2023 - 16:12
 0  61
।। ଅଭିତକ ନ୍ୟୁଜ ଚ୍ୟାନେଲ ର ରାଜ୍ୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।।

ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡ ଧର୍ମଶାଳା ଠାରେ ଅଭିତକ ନ୍ୟୁଜ ଚ୍ୟାନେଲ ର ରାଜ୍ୟ ସାମ୍ବାଦିକ ସମ୍ମିଳନୀ ନୂଆପଡା ଜିଲ୍ଲା ପ୍ରତିନିଧି ଶ୍ରୀ କୁଶଲେଶ୍ୱର ସିଂହ ମାଝୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ର ପ୍ରଥମେ ରାଜ୍ୟର ସମସ୍ତ ସାମ୍ବାଦିକଙ୍କ ମେଳିରେ ନିଜ ନିଜ ର ପରିଚୟ ଦେଇଥିଲାବେଳେ ପରେ ସାମ୍ବାଦିକଙ୍କ କର୍ତବ୍ୟ, କିପରି ସମ୍ବାଦ ପରିବେଷଣ କରାଯିବ ତା ବିଷୟରେ ଚର୍ଚ୍ଚା ହୋଇଥିଲା ଏହି ସମ୍ମିଳନୀରେ ଭୋଟ ପକ୍ରିୟା (Election) ହୋଇଥିଲା, ଏଥିରେ ନୂଆପଡ଼ା ଜିଲ୍ଲା ପ୍ରତିନିଧି ରାଜ୍ୟ ସାମ୍ବାଦିକ ସୁରକ୍ଷା କମିଟିର ସଦସ୍ୟା ନୂଆପଡା ଜିଲ୍ଲା ପ୍ରତିନିଧି ଶ୍ରୀ କୁଶଲେଶ୍ୱର ସିଂହ ମାଝୀ ମନୋନୀତ ହୋଇଥିବାବେଳ ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ସଦସ୍ୟ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଧନା କରିଥିଲେ l ଏହି ପରିପ୍ରେକ୍ଷୀରେ ଶ୍ରୀ ମାଝୀ ଆଗାମୀ ଦିନରେ ଭଲ ଭାବରେ ନିଜ କାର୍ଯ୍ୟ କୁ ସମ୍ପାଦନ କରିବି ବୋଲି ସେ କହିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ