।। ଅବ୍ୟବସ୍ଥା ଭେରାରେ ବିଜେପି ର ନିର୍ବାଚନୀ ସଭା :ସଭାରେ ଯୋଗ ଦେଇଥିଲେ କେନ୍ଦ୍ର ଆଦିବାସୀ ଜଳ ଶକ୍ତି ମନ୍ତ୍ରୀ ବିବେଶ୍ୱର୍ ଟୁଡୁ l।

May 5, 2024 - 22:00
 0  134
।। ଅବ୍ୟବସ୍ଥା ଭେରାରେ ବିଜେପି ର ନିର୍ବାଚନୀ ସଭା :ସଭାରେ ଯୋଗ ଦେଇଥିଲେ କେନ୍ଦ୍ର ଆଦିବାସୀ ଜଳ ଶକ୍ତି ମନ୍ତ୍ରୀ ବିବେଶ୍ୱର୍ ଟୁଡୁ l।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସଦର ସ୍ଥିତ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ଖେଳ ପଡିଆ ଠାରେ ରବିବାର ବିଜେପି ର ନିର୍ବାଚିତ ସଭା ଅବ୍ୟବସ୍ଥା ଘରରେ ଆୟୋଜିତ ହୋଇଯାଇଛି l ଏହି ସଭାରେ କେନ୍ଦ୍ର ଆଦିବାସୀ ବ୍ୟାପାର ତଥା ଜଳ ଶକ୍ତି ମନ୍ତ୍ରୀ ବିବେଶ୍ୱର୍ ଟୁଡୁ, ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ, କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀନୀ ମାଳବିକା କେସୋରି ସିଂ ଦେଓ, ଲାଞ୍ଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରମେଶ ମାଝୀ ପ୍ରମୁଖ ଯୋଗଦେଇ ବିଜେପି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ନିର୍ବାଚନ ଅସ୍ତ୍ର ରୂପେ ବ୍ୟବହାର କରି ନିର୍ବାଚନ ବୈତରଣୀ ପାରହେବା ପାଇଁ ଉପସ୍ଥିତ ସମସ୍ତ ନେତା ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ଓ ମୋଦୀ ଗ୍ୟାରେଣ୍ଟି କଥା କାହି ଲୋକଙ୍କ ପାଖରେ ପହଞ୍ଚିବା ସହ ଭୋଟ ପ୍ରଚାର କରିଥିଲେ l ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ କୁ କିଏ ଅକ୍ତିଆର କରୁଛି ତାହା ଉପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆଲୋଚନା ହେଉଥିବା ଜଣାପଡିଛି l ଏଠାରେ ପ୍ରକାଶ ଥାଉକି ନିଜେ କେନ୍ଦ୍ର ବ୍ୟାପାର ତଥା ଜଳ ଶକ୍ତି ମନ୍ତ୍ରୀ ଙ୍କ ଉପସ୍ଥିତିରେ ଏହି ସଭାରେ ଯୋଗଦେଇଥିବା ସାଧାରଣ ଜନତାଙ୍କ ପାଇଁ ପାନୀୟ ଜଳଠାରୁ ଆରମ୍ଭ କରି ଖାଦ୍ୟପେୟ ଉପରେ ଅସୁବିଧା ର ସମ୍ମୁଖୀନ ହୋଇଥିବା ଉପସ୍ଥିତ ଜନତା ଖ୍ୟୋଭର ସହ ପ୍ରକାଶ କରିଥିଲେ ଓ ଭୋକିଲା ପେଟରେ ନିଜ ନିଜ ଘରକୁ ବାଉଡ଼ି ଥିବା ବେଳେ ଆଉ କିଛି ଲୋକ ଭୋକ କୁ ସମ୍ଭାଳି ନ ପାରି ନିଜ ପଇସାରେ ବିସ୍କୁଟ ଓ ପାଣି ବୋତଲ କିଣି ନିଜେ ପିଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା l ଅନ୍ୟପକ୍ଷରେ ଯିଏକି ଭାରତର ଚତୁର୍ଥ ସ୍ତମ୍ବଙ୍କୁ ମଧ୍ୟ ଅସମ୍ମାନ କରାଯାଇଥିବା ଜଣାପଡିଛି l ଯାହାକି ସେମାନଙ୍କ ପାଇଁ ବସିବାକୁ ଜାଗାଖଣ୍ଡେ ମଧ୍ୟ ମିଲିପାରି ନ ଥିଲା l ତେବେ ଏହି ଯେଉଁ ସଭାରେ ଯିଏ ମାନେ ଭାଷଣ ବାଜି ଦେଲେ ସେମାନେ କଣ ଚିନ୍ତା କରିପାରିନଥିଲେ କି l ଯାହାକି ଗ୍ରୀଷ୍ମ ପ୍ରବାହ ରେ ହୁ ହୁ ହୋଇ ଖରାର ତାପମାତ୍ରା ବୃଦ୍ଧି ପାଇବା ବେଳକୁ ଲୋକେ ଅସ୍ତବ୍ୟସ୍ତ ହୋଇ ପଡୁଥିଲେ l ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ର ସୁ ବ୍ୟବସ୍ଥା କରିବାର ଥିଲା ବୋଲି ବିଭିନ୍ନ ରାଜନୈତିକ ମହଲରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି l ଏପରି ସ୍ଥଳେ ନିର୍ବାଚନ ନ ହେବାର ପୂର୍ବରୁ ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ନିର୍ବାଚନ ସେଶହେଲେ ଏହି ଲୋକ ମାନଙ୍କ ଅବସ୍ଥା ସାଙ୍ଘାତିକ ହେବାର ସମ୍ଭାବନା ରହିଛି ବୋଲି ସଭାରେ ଉପସ୍ଥିତ ଥିବା ଜନତା କୁହାକୁହି ହେଉଥିବା କଥା ମଧ୍ୟ ଗଣମାଧ୍ୟମଙ୍କ ପାଖରେ ପ୍ରକାଶ କରିଥିଲେ ଏନେଇ ଆମ ପ୍ରତିନିଧି ବିଜେପି ଯୁବ ନେତା ବିଷ୍ଣୁ ନାଏକ ଙ୍କୁ ଯୋଗାଯୋଗ କରିଥିଲୁ ହେଲେ ସେ ତାଙ୍କ ପ୍ରତିକ୍ରିୟାରେ କହିଲେ ଯେ ହଠାତ୍ ସୂଚନା ପାଇ ଏହି କାର୍ଯ୍ୟକ୍ରମ କରିଥିଲୁ ସେଥିପାଇଁ ବ୍ୟବସ୍ଥା କିଛି ସଠିକ୍ ଭାବରେ ହୋଇପାରିଲା ନାହିଁ ଯାହାକି ସ୍ୱଳ୍ପ ଲୋକଙ୍କ ପାଇଁ ଖାଇବା ର ବ୍ୟବସ୍ଥା କରିଥିଲୁ କିନ୍ତୁ ଅଧିକ ଲୋକେ ଆସିଥିବାରୁ ପାଣି ଓ ଖାଦ୍ୟ ର ଅଭାବ ହୋଇଥିଲା ବୋଲି ସେ ପ୍ରକଶ କରିଥିବା ଜଣାପଡିଛି l ତେବେ ଆଗାମୀ ନିର୍ବାଚନରେ ବିଜେପି ର ପଲ୍ଲା ଟି କେଉଁ ଆଡ଼କୁ ଢାଳିବା ତାର ଦେଖିବାକୁ ବାକିରହିଲା l ଏହି ସଭାର ମଞ୍ଚକୁ ବିଜେପି ଯୁବ ନେତା ବିଷ୍ଣୁ ନାଏକ ଓ ରାଧା ନାଏକ ପରିଚାଳନା କରିଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ