ଅପରେସନ ଶୁଦ୍ଧି,୨୮କେଜି ଗଞ୍ଜା ଜବତ,୯ ଗିରଫ

May 16, 2025 - 20:54
 0  29
ଅପରେସନ ଶୁଦ୍ଧି,୨୮କେଜି ଗଞ୍ଜା ଜବତ,୯ ଗିରଫ

ନୂଆପଡା ; ନୂଆପଡା ପୋଲିସ ଜିଲ୍ଲାକୁ ନିଶାମୁକ୍ତ କରିବାକୁ ଅପରେସନ ଶୁଦ୍ଧି ଚଳାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର ରାଘବେନ୍ଦ୍ର ଙ୍କ ନିର୍ଦ୍ଦେଶ କ୍ରମେ ଖରିଆରରୋଡ ଜୋଙ୍କ ଥାନା ପୁଲିସ ଅବୈଧ ନିଶା କାରବାରରେ ସଂପୃକ୍ତ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବିପୁଳ ପରିମାଣରେ ୧୪ପେକେଟ ଗଞ୍ଜା ଅର୍ଥାତ ୨୮କିଜି ୩୭୫ ଗ୍ରାମ ଗଞ୍ଜା ଓ ୯ ଟି ମୋବାଇଲ ଫୋନ ଏବଂ ଏଆର ବେଗ ଜବତ କରି ଅଭିଯୁକ୍ତଙ୍କୁ ଜୋଙ୍କ ପୋଲିସ ଥାନା କେସ ନଂ ୯୫ ଡିଟି ୧୫.୦୫.୨୦୨୫ ୟୁ/ଏସ ୧୧୧୯୪) ବିଏନଏସ ଆର.ଡୁ ସେ ୨୦(ବି) (ଆଇଆଇ)ସି ଅଫ ଏନଡିପିଏସ ଆକ୍ଟ ୧୯୮୫ ରେ ଏକ ମାମଲା ରୁଜୁ କରି ଅଭିଯିକ୍ତଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ଏସ.ପି ଶ୍ରୀ ରାଘବେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ହେଲେ ରାଜସ୍ଥାନର ନାଗୁର ଜିଲ୍ଲା ମୋଟାରୋଡ ଥାନା ଅନ୍ତର୍ଗତ ଜୋରା ଗରପୁର ଗାଁର ରଘୁବିର ସିଂ(୨୯), ରାଜସ୍ଥାନର ସିକାର ଜିଲ୍ଲା ଖଣ୍ଡେଲା ଥାନା ଅନ୍ତର୍ଗତ ଗୋରିଆନ ଗାଁର ସନ୍ତସିଂ ସେଖାବତ(୨୫), ରାଜସ୍ଥାନର ନାଗର ଜିଲ୍ଲା ମେଟାରୋଡ ଥାନ ଅନ୍ତର୍ଗତ ମେଟାରୋଡ଼ ଗାଁର ଜିବରାଜ ସିଂ(୨୨), ରାଜସ୍ଥାନର ନାଗୁଲ ଜିଲ୍ଲା ମୋଟାରୋଡ ଥାନା ଅନ୍ତର୍ଗତ ମୈଦାଦ ଗାଁର ଅନିସ ଖାନ(୨୦), ରାଜସ୍ଥାନର ଜୟପୁର ଜିଲ୍ଲା ସମର ଥାନା ଅନ୍ତର୍ଗତ ସମର ଗାଁର ଜିତେନ୍ଦ୍ର କୁମାର ଅଟଲ(୨୪), ରାଜସ୍ଥାନର ଜୟପୁର ଜିଲ୍ଲା କଲଓାଡ ଥାନା ଅନ୍ତର୍ଗତ ହଟାଜ ଗାଁର ସଞ୍ଜୟ କୁମାର ସାନି(୩୧), ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜେଠୁପାକି ଗାଁର ବିଦୁର ଦୁରିଆ (୨୯), ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖରିଆରୋଡ ମୋଗରାପାଲିର ରାଜୁ ସାହୁ(୩୫), ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖରିଆରୋଡ ମୋଗରାପାଲିର ରିଖରାମ ସାହୁ (୫୫) ଏମାନଙ୍କ ଠାରୁ ୨୮କେଜି ଗଞ୍ଜେଇ,୯ ଟି ମୋବାଇ ଫୋନ ଓ ଏଆର ବ୍ୟାଗ ଜବତ କରି ଗିରଫ କରାଯାଇଛି । ସୂଚନା ଯୋଗ୍ୟ ଯେ ଗତ ମାସ ୧୩ ତାରିଖ ଠାରୁ ନୂଆପଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାବ୍ୟାପି ଅପରେସନ ଶୁଦ୍ଧି ଚାଲିଛି । ଜିଲ୍ଲା ବ୍ୟାପି ଭିନ୍ନ ଭିନ୍ନ ଜାଗାରେ ଅବୈଧ ନିଶା କାରବାର ଉପରେ ଚଢାଉ କରି ବେଆଇନ ଡ୍ରଗସ୍,ମଦ,ଗଞ୍ଜେଇ,କଫ ସିରଫ ଆଦି ନିଶା ସାମଗ୍ରୀ ପୋଲିସ ଜବତ କରୁଛି । ବିଶ୍ଵାସନିୟ ସୁତ୍ରରୁ ଜୋଙ୍କ ଥାନା ପୁଲିସ ଗୁରବାର ବିଳମ୍ବିତ ରାତ୍ରୀରେ ଖରିଆରୋଡ ସହରର ମୋଗରାପାଲିରେ ଗୋଟେ ନିଶାକାରବାର ଡିଲ ହେଉଥିବା ସୂଚନା ପାଇ ଆତର୍କିତ ଭାବେ ଚଢାଉ କରି ୨୮କେଜି ଗଞ୍ଜେଇ,୯ଟି ମୋବାଇଲ ଫୋନ ଓ ଏୟାର ବ୍ୟାଗ ଜବତ କରିବା ସହ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ନୂଆପଡା ଏସ ପି ଜି.ଆର ରାଘବେନ୍ଦ୍ର ରେଡି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ