ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଟେଲଙ୍କ ବିଦାୟକାଳୀନ ସଭା ଓ ସମ୍ବର୍ଦ୍ଧନା

Aug 1, 2025 - 19:42
 0  15
ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ  ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଟେଲଙ୍କ ବିଦାୟକାଳୀନ ସଭା ଓ ସମ୍ବର୍ଦ୍ଧନା

ନୂଆପଡା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂଆପଡାର ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ (ଏ.ଡି.ପି.ଏଚ.ଓ) ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଟେଲ ତାଙ୍କର ସରକାରୀ ଚାକିରୀରୁ ଅବସର ଗ୍ରହଣ କଲେ l ଏହି ଅବସରକାଳୀନ ପର୍ବରେ ଗୋଟିଏ ବିଦାୟକାଳୀନ ସଭା ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରକାଳୀନ ସଭାରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମେହେର, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡାକ୍ତର ଗୁରୁ ପ୍ରସାଦ ଜେନା, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ମଂଜୁରାଣୀ ସିଂହ, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ବିଦ୍ୟାଧର ନାଗ, ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ତ୍ରିପାଠୀ, ଜିଲ୍ଲା ଅର୍ଥ ପରିଚାଳକ ଅରବିନ୍ଦ ନାୟକ, ସଂକ୍ରlମକ ରୋଗ ବିଶେଷଜ୍ଞ ଡାକ୍ତର ଜଗତବଂଧୁ ମହାପାତ୍ର, ପରିସଂଖ୍ୟନବିତ ମୀନ କେତନ ମାଝୀ, ଅଣ ସଂକ୍ରlମକ ରୋଗ ସହାୟକ ଶରତ କୁମାର ବେଜ ତଥା ମୁଖ୍ୟ ଚିକିତ୍ସାଳୟର ସମସ୍ତ ବିଭାଗର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ l ଏହି ସଭାରେ ତାଙ୍କର ସରଳ ଓ ଆମାୟିକ ପ୍ରକୃତି, ମେଳାପୀ ବ୍ୟବହାର ଏବଂ ନିଜର କର୍ମ ପ୍ରତି ଥିବା ନିଷ୍ଠା ଓ ଅନୁରକ୍ତିକୁ ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ l ତାଙ୍କୁ ଔପଢ଼ୋକନ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା l ଅବସରର ଶେଷ ଦିନରେ ମଧ୍ୟ ସେ ଅତି କର୍ମଯୋଗୀ ଭାବରେ ସବୁ କାମ କରିଥିଲେ l ସମସ୍ତ କର୍ମଚାରୀ ତାଙ୍କର ସୁସ୍ଥ, ନିରୋଗ ଓ ଦୀର୍ଘ ଜୀବନର କାମନା କରିଥିଲେ l ଅବସରକାଳୀନ ସଭା ପରେ ଗୋଟିଏ ସଂକୀର୍ତ୍ତନ ଦଳ ତାଙ୍କୁ ଆଗରେ ରଖି ତାଙ୍କ ପଛେ ପଛେ ସଂକୀର୍ତ୍ତନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ନ୍ୟାସନାଲ ହାଇସ୍କୁଲ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ