।। ଅଡୁଆରେ ବିଧାୟକ ଶଶୀଭୂଷଣ ବେହେରା : ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ ।।

May 16, 2023 - 17:05
 0  44
।। ଅଡୁଆରେ ବିଧାୟକ ଶଶୀଭୂଷଣ ବେହେରା : ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ ।।

ଅଡୁଆରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ବୋହୂ ରୋନାଲି ଆଣିଛନ୍ତି ଯୌତୁକ ନିର୍ଯାତନା ଅଭିଯୋଗ । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ପତ୍ନୀ ହେଉଛନ୍ତି ରୋନାଲି । ବାଙ୍କୀ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ରୋନାଲି । ଏତଲାରେ ଶଶୀଭୂଷଣ ବେହେରାଙ୍କ ପରିବାର ନାଁରେ ଅଭିଯୋଗ ରହିଛି ।ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ଯାତନା ପାଇଥିବା ଅଭିଯୋଗ ଆଣିଛନ୍ତି । ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିିଛନ୍ତି । ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି । ରୋନାଲିଙ୍କ ବାପା ଜଣେ ଅବସରପ୍ରାପ୍ତ ବିଚାରପତି ।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ