।। ଅଟ ବାଇକ୍ ମୁହାଁମହିଁ ଧକ୍କାରେ ବାଇକ ଚାଳକ ଆହତ ।।

।। ଅଟ ବାଇକ୍ ମୁହାଁମହିଁ ଧକ୍କାରେ ବାଇକ ଚାଳକ ଆହତ ।। ବୁର୍ଡି ପୁଟ୍ ନିକଟସ୍ଥ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଅଟ ବାଇକ୍ ମୁହାଁମହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣଙ୍କ ଝଡ଼ି ଗୁଡ଼ା ଗ୍ରାମର କୃଷ୍ଣ କେନ୍ଦୁ ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଝଡ଼ି ଗୁଡ଼ା ଗ୍ରାମର କୃଷ୍ଣ କେନ୍ଦୁ , ମନ କେନ୍ଦୁ ଏବଂ ବିମିଲା କେନ୍ଦୁ ବାଇକ ଯୋଗେ ଝଡ଼ିଗୁଡ଼ା ଠାରୁ ବାଲିଆ ଗାଁ ଭୋଜି ଖାଇବାକୁ ଯାଉଥିବା ବେଳେ ବୁର୍ଡିପୁଟ୍ ନିକଟସ୍ଥ ରାସ୍ତାରେ ବିପରିତ ଦିଗରୁ ଆସୁଥିବା ଅଟ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବାରେ କୃଷ୍ଣ କେନ୍ଦୁ , ମନ କେନ୍ଦୁ , ବିମିଲା କେନ୍ଦୁ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ । ଫଳରେ କୃଷ୍ଣ କେନ୍ଦୁଙ୍କୁ ମୁହଁରେ ଓ ମୁଣ୍ଡରେ ମାଡ଼ ହେବା ଦ୍ଵାରା ଆହତ ହୋଇଥିବା ବେଳେ ମନ ଓ ବିମଳା କେନ୍ଦୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଏକ ଅଟ ଯୋଗେ ବୈପାରିଗୁଡ଼ା ଗଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତି କରିବା ପରେ ସେଠାରେ କୃଷ୍ଣ କେନ୍ଦୁ ଚିକିତ୍ସା ହେଉଥିବା ସୂଚନା ରହିଛି ।
ବୈପାରିଗୁଡ଼ା ରୁ ଗମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






