।। ଅଗ୍ନିକାଣ୍ଡରେ ଚାରି ବଖରା ଜଳିଗଲା ।।

Oct 15, 2024 - 01:22
 0  204
।। ଅଗ୍ନିକାଣ୍ଡରେ ଚାରି ବଖରା ଜଳିଗଲା ।।

ବରୀ ନିର୍ବାଚନ ମଣ୍ଡଳୀ ଯାଜପୁର ବ୍ଲକ ଅନ୍ତର୍ଗତ ସାହାସପୁର ପଞ୍ଚାୟର ଗୋବିନ୍ଦପୁର ଗ୍ରାମର ଚୈତନ୍ୟ ସେଠୀ ଓ ଭାଗିରଥି ସେଠୀଙ୍କର ୩ ବଖରା ବାସଗୃହ ସହିତ ଗୁହାଳ ଘର ପୋଡ଼ି ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଗୁହାଳ ଘରେ ବନ୍ଧା ଯାଇଥିବା ଦୁଇଟି ଗୃହପାଳିତ ପଶୁ ମଧ୍ୟ ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ବେଳେ ଗୋଟେ ଗୃହପାଳିତ ପଶୁ ଆଂଶିକ ଆହତ ହୋଇଛି। ପ୍ରକାଶ ଥାଉ କି କୌଣସି କାରଣରୁ ଘରେ ନିଆ ଲାଗିଯାଇଥିଲା ତାହା ଜଣାପଡିନାହିଁ। ତେବେ ନିଆଁ ଲାଗିବା ଦେଖି ପରିବାର ଲୋକେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନିଆ ଲାଗିଥିବା ଦେଖି ଗ୍ରାମବାସୀ ମାନେ ଘରେ ନିଆଁ ଲାଗିଥିବାର ଦେଖି ଅଗ୍ନିଶ୍ରମ ବାହୀନିକୁ ଯୋଗାଯୋଗ କରିଥିଲେ । ଖବର ପାଇ ଅଗ୍ନିଶମ ଗାଡି ପହଞ୍ଚି ନିଆକୁ ଆୟତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏପରିକି ସେହି ଘରେ ଥିବା ସମସ୍ତ ଆସବାସ ପତ୍ର ପୋଡି ଯାଉଥିବା ବେଳେ ଘରେ ଥିବା ସମସ୍ତ ଧାନ, ବିରି ପୋଡ଼ି ଯାଇଥିବା କଥା ଘର ଲୋକେ କହିଛନ୍ତି । ଖବରପାଇ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ପରିବାର କୁ ସନ୍ତାନ ଦେବା ସହିତ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହିତ କିପରି ସରକାରି ସହାୟତା ତୁରନ୍ତ ମିଳି ପାରିବ ସେ ବିଷୟରେ ଚେଷ୍ଟା କରିବେ ବୋଲି କହିଥିଲେ। ଏହି ଖବର ପାଇ ବୁଦ୍ଧଦେବ ମେମୋରିଆଲ ଟ୍ରଷ୍ଟର , ରତ୍ନଗିରି ର ଯୁବକ ମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ପରିବାରକୁ ଶୁଖିଲା ଖାଦ୍ୟ ସହିତ ପଲିଥିନ ପ୍ରଦାନ କରିଥିଲେ।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ