୩୩ ତମ ସର୍ବ ଭାରତୀୟ ୱାଇ ଏମ ସି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ - 2025 ବିଳାସପୁର ରେଳବାଇ ଚମ୍ପିୟାନ

Jan 12, 2025 - 22:07
 0  22
୩୩ ତମ ସର୍ବ ଭାରତୀୟ ୱାଇ ଏମ ସି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ - 2025  ବିଳାସପୁର ରେଳବାଇ ଚମ୍ପିୟାନ

ନୂଆପଡା : ନୂଆପଡା ମିନିଷ୍ଟାଡିୟମ ରେ ଗତ ୭ ତାରିଖରୁ ଚାଲିଥିବା ସର୍ବ ଭାରତୀୟ ୱାଇଏମସି ଜପ କ୍ରିକେଟ ପ୍ରତିଯୋଗୀତ ୨୦୨୫ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଆୟୋଜକ ୱାଇଏମସି କୁ ପରାସ୍ତ କରି ବିଳାସପୁର ରେଇବାଇ ଦଳ ଚମ୍ପିୟାନ ହୋଇଛନ୍ତି । ଆଜି ପ୍ରଥମେ ଟସ ଜିଣି ବିଳାସପୁର ରେଳବାଇ ଦଳ ବୋଲିଂ କରିବାର ନିଷ୍ପତି ନେଇଥିଲେ ଦଳ ଅଧିନାୟକ ଙ୍କ ନିଷ୍ପତି ସମ୍ପୂର୍ଣ ଠିଜ ପ୍ରମାଣିତ ହୋଇଥିଲା । ଆୟୋଜକ ଓ୍ବାଇଏମସି ଦଳ ନିର୍ଦ୍ଧାରିତ ୩୦ ଓତ୍ତରରୁ ମାତ୍ର ୨୧ ଓଭରରେ ସମସ୍ତ ବିଜେଟ ହାରଇ୯୮ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ପ୍ରତିକ ପଟ୍ଟନାୟକ ସର୍ବାଧିକ ୪୧ ରନ ସଂଗ୍ରହ କରିଥିଲେ । ସେହିପରି ବିଲାସପୁର ରେଳବାଇ ଦଳର ଅତୁଲ ଶର୍ମା ୪ ଓଭରରେ ସର୍ବାଧିକ ୩ଟି ବିକେଟ ଅକ୍ତିଆର କରିଥିଲେ । ଦ୍ଵିତୀୟ ପାଳିରେ ବିଲ୍ଲାସପୁର ଦଳ ୯୯ ରନ ର ଲକ୍ଷ ନେଇ ବ୍ୟାଟିଂ ଅରମ୍ଭ କରି ପ୍ରଥମ ଓତ୍ତର ପ୍ରଥମ ବଲରେ ଏକ ୱିକେଟ ହରାଇଥିଲେ ସେହିପରି ଶିଘ୍ର ୬ ଦ୍ଵିତୀୟ ବିକେଟର ମଧ୍ୟ ପତନ ହୋଇଥିଲା । କିନ୍ତୁ ତୃତୀୟ ବିକେଟ ଜୋର୍ଡ ମୋହିତ ରାଉତ ଓ ନୟନ ଚଉନ ଧର୍ଯ୍ୟର ସହ ବ୍ୟାଟିଂ କରି ୧୦.୧ ଓରରେ ଦଳକୁ ବିଜୟୀ କରାଇ ଚମ୍ପିୟାନ କରିଥିଲେ। ମୋହିତ ରାଉତ ସର୍ବାଧିକ ୫୨ ରନ ସଂଗ୍ରହ କରିଥିଲେ । ପୁରଷ୍କାର ବିତରଣି ଉତ୍ସବ ରେ କଳାହାଣ୍ଡିର ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡା ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ମହମ୍ମଦ ଆଦମ ଖରିଆରରୋଡ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଡ.ସୋନିଆ ଜୈନ, ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଉଜ୍ୱଳ ଗୁପ୍ତା ପ୍ରମୁଖ ଯୋଗ ଦେଇ ବିଲାସପୁର ରେଳବାଇର ମୋହିତ ରାଉତଙ୍କୁ ମ୍ୟାନଅଫଦି ମ୍ୟାଚ ଓ ନୂଆପଡାର ମହମ୍ମଦ ନୋମାନ ଙ୍କୁ ମ୍ୟାନଅଫଦି ସିରିଜ ପୁରସ୍କାର ଦେବା ସହ ବିଜେତା ଦଳଙ୍କୁ ନଗଦ ୮୫ହଜାର ଟଙ୍କା ଓ ଟ୍ରଫି ଓ ଉପବିଜେତା ଦଳ ଙ୍କୁ ନଗଦ ୫୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରତିଯୋଗୀତାର ସଂଯୋଜକ ସରୋଜ ସାହୁ, ମଂଚ ପରିଚାଳକ ପ୍ରକାଶ କୁମାର ସାହୁ, ସଞ୍ଜୟ ପ୍ରରୋହି, ଶୁଶାନ୍ତ କୁମାର ପତି, ବିଦିତ ମିଶ୍ର, ପ୍ରଦିପ କୁମାର ରାଉତ,ରାଜେଶ କୁମାର ବହିଦାର, ୱାଇଏମସିର ସଭାପତି ଅମରେଶ ଚନ୍ଦ୍ର ଦାସ, ସଂପାଦକ ତପନ କୁମାର ବଗର୍ତୀ ପ୍ରମୁଖ ମଂଚାସୀନ ଥିଲେ। ଆଜିର ମ୍ୟାଚ ପରିଚାଳନା କରିଥିଲେ ଅମିୟ କୁମାର ସାହୁ ଓ ବିଶ୍ବମ୍ଭର ମହାବ୍ରତ । ସ୍କୋରର ଦାୟିତ୍ଵରେ ଥିଲେ ସୈଳେଶ କୁମାର ଶତପଥୀ ଧରାବିବରଣ ଶୁଣାଇଥିଲେ ଜୟବିଶାନ ସୁନାନୀ ମୁକେଶ ସହିସ ଓ ପୁନିତ ରାଉତ । ପ୍ରତିଯୋଗୀତାର ସଫଳ ରୂପାୟନରେ ଶ୍ରୀରାମ ମିଶ୍ର, କିଶୋର କୁମାର ମହଲା, ଜିତୁ ହୋତା, ଟିପୁ ଖାନ, ସାଗର ହଂସ, ସୁମନ ଗୁପ୍ତା, ବିପୁଳ ପାଣିଗ୍ରାହୀ, ମାଇକେଲ, ପ୍ରତୀକ ପଟ୍ଟନାୟକ ଦିବ୍ୟ ମଲିକ, ନିଖିଲ ଚନ୍ଦ୍ରର, ଅଭିରୂପ ଦାସ, ଜାଭେଦ ଖାନ ପ୍ରମୁଖ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ