୧୦ କେଜି ଗଂଜେଇ ଜବତ,ଜଣେ ଗରଫ

May 14, 2025 - 20:55
 0  14
୧୦ କେଜି  ଗଂଜେଇ ଜବତ,ଜଣେ ଗରଫ

ନୂଆପଡା- ନୂଆପଡା ଅବକାରୀ ନିରିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ ଆଇ.ଇ ହୀରାବତି ଥାର୍ଟିଙ୍କ ନେତୃତ୍ବରେ ବୁଧବାର ସକାଳୁ କୋମନା ଥାନା ଅନ୍ତର୍ଗତ ନୂଆଗାଁ ଠୁଟିବର ଆଖପାଖ ଏରିଆରେ ଅବକାରୀ ବିଭାଗର ପେଟ୍ରୋଲିଙ୍ଗ ଟିମ ପଇଁତରା ମାରୁଥିବା ବେଳେ କୌଣସି ଏକ ବିଶ୍ୱସ୍ତ ସୁତ୍ରରୁ ଜଣେ ଲୋକ ଗଂଜେଇ ଚାଲାଣ କରୁଥିବା ଖବର ପାଇ ଠୁଟିବର ଗ୍ରାମରେ ଜଣେ ଲୋକଠାରୁ ୧୦କେଜି ଗଂଜେଇ ଜବତ କରି ତାକୁ ଗିରଫ କରିଛି । ଗିରଫ ହୋଇଥିବା ଲୋକ ଜଣକ ହେଲା ଛତିଶଗଡର ବିଦାବନଗଡ଼ ଥାନା ଅନ୍ତର୍ଗତ ଦୁର୍ଗାନଗର ଗ୍ରାମର ତିର୍ଥ ସୁନା(୩୦)ବୋଲି ଜଣାପଡିଛି । ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ