।। ଢ଼ାପ ନୃତ୍ୟ ରେ ଦୁଲୁକିଲା କଳାହାଣ୍ଡି ଉତ୍ସବ ମଞ୍ଚ. କାନକୁଟରୁ ଓ ଲାଞ୍ଜି ରେ ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ ।।

Jan 6, 2024 - 23:28
 0  9
।। ଢ଼ାପ ନୃତ୍ୟ ରେ ଦୁଲୁକିଲା କଳାହାଣ୍ଡି ଉତ୍ସବ ମଞ୍ଚ. କାନକୁଟରୁ ଓ ଲାଞ୍ଜି ରେ ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ ।।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କାନକୁଟରୁ ଠାରେ ପଞ୍ଚୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଉଦଯାପିତ ହୋଇଯାଇଛି। ଏହି ଅବସରରେ କାନକୁଟରୁ ପଂଚାୟତ ର ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମଧ୍ୟରେ ଗୀତ ପ୍ରବନ୍ଧ, ନାଚ, ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଲେ ମହିଳାଙ୍କ ମଧ୍ୟରେ ହୁଳହୁଳି, ଶଙ୍ଖ ଫୁଙ୍କା,ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ଡକ୍ଟର ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିବା ବେଲେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ ପ୍ରେସ କ୍ଳବ ସଭାପତି କୈଳାସ ସାହୁ ଯୋଗ ଦେଇ ଲୋପ ପାଇଯାଇଥିବା କଲା କୁ କିଭଳି ପୁନର୍ଜୀବିତ କରାଯିବ ସେ ଉପରେ ବକ୍ତବ୍ୟ ରଖିଥିଲେ। ପୂର୍ବତନ ସରପଞ୍ଚ ମଧୁସୂଦନ ମାଝୀ, ସମିତିସଭ୍ୟ ମନୋହର ହରପାଳ, ପ୍ରଦାନ ଶିକ୍ଷକ ବୈଶାକୁ ନାଏକ, ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ମଳୟ ବେନୁଆଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାନକୁଟରୁ ସରପଞ୍ଚ ବନମାଳୀ ମାଝୀ ଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ମଳୟ ବିଭାର ମଞ୍ଚ ପରିଚାଳନା କରିଥିବା ବେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁରାମ ସାହୁ, ଗ୍ରାମ ରୋଜଗାର ସେଭକ ଭଗବତ ପ୍ରସାଦ ସାହୁ, ଯୋଗାଣ ସହାୟକ ଦେବୀ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ. ସେହିପରି ଲାଞ୍ଜି ପଞ୍ଚାୟତରେ ମଧ୍ୟ ଏହି ଉତ୍ସବକୁ ମହା ସମାରୋହ ସହିତ ପାଳନ କରାଯାଇଥିବା ବେଲେ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ମଶାଳ ଯାତ୍ରାରେ ଯୋଗଦେଇ ଉଦବୋଧନ ଦେଇଥିବା ବେଲେ ଲାଞ୍ଜି ସରପଞ୍ଚ ଯମୁନା ମାଝୀ ସଭାପତିତ୍ବ କରିଥିଲେ।ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ ପ୍ରେସ କ୍ଳବ ସଭାପତି କୈଳାସ ସାହୁ,ଯୁବ ସାମ୍ବାଦିକ ମଳୟ ବେନୁଆଁ,ସମାଜସେବୀ ଭାଗିରଥି ଧଙ୍ଗଡ଼ାମାଝି, ଯୁବ ସମାଜସେବୀ ନିରଞ୍ଜନ ବିଭାର, ନାଏବ ସରପଞ୍ଚ ସାମ୍ବା ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁରାମ ସାହୁ, ଯୋଗାଣ ସହାୟକ ଭାଗ୍ୟ ବାନ ମଙ୍ଗରାଜ, ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଲେ ସମିତିସଭ୍ୟା ବେଣୁଧର ବାଗ ଜିତେନ୍ଦ୍ର ପାଡ଼ି ମଞ୍ଚ ପରିଚାଳନା କରିଥିଲେ।

 ଲାଞ୍ଜିଗଡ଼ ବ୍ଲକ ରୁ ସାଗର୍ ବେନାଲ୍ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ