।। ସେବା ସମ୍ମାନ ୨୦୨୩ ରେ ସମ୍ମାନିତ ହେଲା ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଂଗଠନ ।।

Dec 12, 2023 - 19:02
 0  55
।। ସେବା ସମ୍ମାନ ୨୦୨୩ ରେ ସମ୍ମାନିତ ହେଲା ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଂଗଠନ ।।

ଜୟପାଟଣା ୧୦/୧୨ କଳାହାଣ୍ଡି ଜିଲ୍ଲାର ସୁପରିଚିତ ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଙ୍ଗଠନଙ୍କୁ ଆଜି ସେବା ସମ୍ମାନ ରେ ସମ୍ମାନିତ କରାଯାଇଛି । ଏହି ସଙ୍ଗଠନ ଆଜି ଶୁଖିଲା ମୁହଁରେ ହସ ଫୁଟାଇବା ସହ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ରକ୍ତ ର ଆବଶ୍ୟକ ପଡିଲେ ତୁରନ୍ତ ରକ୍ତ ଯୋଗାଇବା ଯେଉଁ ମୁହୂର୍ତ୍ତ ରେ ଲୋକଙ୍କ ଫୋନ ଆସେ ସେହି ମୁହୂର୍ତ୍ତ ସଙ୍ଗଠନ ଯାଇ ପହଞ୍ଚେ । ସେହି ସବୁ କାମ କୁ ଦେଖି ସଂପର୍କ ଚାରିଟେବୁଲ ଟ୍ରଷ୍ଟ କଟକ ର ଦ୍ଵିତୀୟ ବାର୍ଷିକ ଉତ୍ସବ ରେ କଳାହାଣ୍ଡି ର ସୁପରିଚିତ ସଙ୍ଗଠନ ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସେବା ସମ୍ମାନ ୨୦୨୩ ରେ ସମ୍ମାନିତ ହେଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଜୟପାଟଣା ବ୍ଲକ ଟିମ୍ ର ସଭାପତି - ଶ୍ରୀ ତୁଲାରାମ୍ ରଣା , ସୁମନ୍ତ ସାହୁ , ଟୁନେଶ ସାହୁ ଉପସ୍ଥିତ ରହିଥିଲେ। ଏ ଖବର ଶୁଣି ସଙ୍ଗଠନ ର ସମସ୍ତ କାର୍ଯ୍ୟକର୍ତ୍ତା ତଥା ବୁଦ୍ଧଜୀବୀ ମହଲରେ ପ୍ରଶଂସା ଛୁଟୁଛି।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ