ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

Nov 25, 2024 - 16:39
 0  11
ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ। ଏହି ମାମଲାରେ ୬ ଜଣ ଅଭିଯୁକ୍ତ ରାମ ନାରାୟଣ ନାହାକ, କାହ୍ନୁ ଚରଣ ସାହୁ, କେ.ବିଶ୍ୱଜିତ୍ ପାତ୍ର, ବବୁଲୁ ମୁନି, ରାସ ବିହାରୀ ଦାସ, ବାଲାଜୀ ଆଚାରି ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ରାସ ବିହାରୀ ଦାସ, ବାଲାଜୀ ଆଚାରି ଏହି ଦୁଇ ଜଣ ଫେରାର ଥିବାରୁ କୋର୍ଟରେ ଅନୁପସ୍ଥିତ ଥିଲେ, ଏଣୁ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ। ଟାଉନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ୍ ୪ଜଣ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷାରେ କୋର୍ଟରେ ହଜାର କରିଥିଲେ। ତତ୍କାଳୀନ ବାଲିଗୁଡା ଥାନା ଆଇଆଇସି ତଥା ବର୍ତ୍ତମାନର ବ୍ରହ୍ମପୁର ବଡ଼ବଜାର ଥାନା ଆଇଆଇସି ବାବଶଙ୍କର ସରାଫ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ପିପି ତ୍ରିଲୋଚନ ପରିଡ଼ା ମକଦ୍ଦମା ପରିଚାଳନା କରୁଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ