।। ସାଇସୁରୁଣୀ ପ୍ରାଥମିକ ଚିକିତ୍ସାଳୟକୁ ମୈତ୍ରୀ ଇଂଫ୍ରା ପ୍ରାଇଭେଟ ଲିଃ ପକ୍ଷରୁ ଏକ ନୂଆଁ ଆମ୍ବୁଲାନ୍ସ ଗାଡି ପ୍ରଦାନ ।।

Dec 1, 2023 - 18:54
 0  17
।। ସାଇସୁରୁଣୀ ପ୍ରାଥମିକ ଚିକିତ୍ସାଳୟକୁ ମୈତ୍ରୀ ଇଂଫ୍ରା ପ୍ରାଇଭେଟ ଲିଃ ପକ୍ଷରୁ ଏକ ନୂଆଁ ଆମ୍ବୁଲାନ୍ସ ଗାଡି ପ୍ରଦାନ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣୁପୁର ପଞ୍ଚାୟତ ସାଇସୁରୁଣୀ ସ୍ଥିତ ପ୍ରାଥମିକ ଚିକିତ୍ସାଳୟ କୁ ମୈତ୍ରୀ ଇଂଫ୍ରା ପ୍ରାଇଭେଟ ଲିଃ ପକ୍ଷରୁ ଅଞ୍ଚଳର ସ୍ଵାସ୍ଥ୍ୟ ସେବା ରେ ଉନ୍ନତି ଆଣିବା ପାଇଁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଗଲା ସାଇସୁରୁଣୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାଃ ନୀତିଶ କୁମାର ଝା, ଦୀପକ ମାଝୀ ବିପିଏମ୍ ଅଞ୍ଚଳ ପ୍ରତିନିଧି, ପ୍ରକାଶ ମାଝୀ. ପବିତ୍ର ନାଏକ ତଲମପଦର ସରପଞ୍ଚ ,ପୂର୍ବତନ ସରପଞ୍ଚ ସୁବାଷ ମାଝୀ ନାକରୁଣ୍ଡି ପଞ୍ଚାୟତ,ସମସ୍ତ ଆଶାକର୍ମୀ ମୈତ୍ରୀସଂସ୍ଥା ପକ୍ଷରୁ ସିଏଚ ବୋସ୍ (ଜିଏମ) ପୃଷ୍ଟି ଦୁରିଆ, (ପିଆରଓ) ନିହାର ରଂଜନ ସ୍ୱାଇଁ ( ସିଏସଆର ମେନେଜ) ପିଲୁ.ପ୍ରମୁଖ ଉପସ୍ଥିତି ରହିଥିଲେ। ମୈତ୍ରୀ ଇଂଫ୍ରା ପ୍ରାଇଭେଟ ଲିଃର ଏଭଳି ସୁସ୍ବାଗତ ପଦକ୍ଷେପ ଯୋଗୁଁ ଅଞ୍ଚଳବାସୀ ପକ୍ଷରୁ ବହୁତ ଖୁସି ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ଏହାଫଳରେ ଅଞ୍ଚଳର ଗର୍ଭବତୀ ଓ ରୋଗୀ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଥୁଆମୂଳ ରାମପୁର ବ୍ଲକ ରୁ ମକୁନ୍ଦ ନାଏକ ଙ୍କ ସହ ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ