।। ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ବରିହାପଡାବାସୀ l।

Oct 30, 2023 - 11:57
 0  16
।। ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ବରିହାପଡାବାସୀ l।

ବଲାଙ୍ଗୀର ଜିଲ୍ଲା, ଖପ୍ରାଖୋଲ ବ୍ଲକ ରେ ,,ଆସନ୍ତୁ ଦେଖିବା ଗ୍ରାଉଣ୍ଡ ଜିରୋ ,, ରିପୋର୍ଟ ,, ରାଜ୍ୟ ସରକାର ଖାଲି ବିକାଶ ନା ରେ ଡିମ ଡିମା ପିଟୁଛନ୍ତି,,, କିନ୍ତୁ କାମ କିଛି ନାହି ଆଙ୍କର :-ଚାରିଆଡେ ଘଞ୍ଚ ଜଙ୍ଗଲ,ରାତିହେଲେ ରହୁଛି ବାଘ ଭାଲୁର ଭୟ! ଏ ଭିତରେ ରହିଛି ଗାଁ ଟିଏ l କିନ୍ତୁ ଏହି ଗାଁକୁ ନା ଅଛି ରାସ୍ତା, ନାଅଛି ବିଜୁଳି, ନା ମିଳୁଛି ପାଣି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲବ୍ଲକ ବାଗମୁଣ୍ଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବରିହାପଡା ଗାଁରେ l ଏହି ଗାଁର ଲୋକମାନେ ଦୀର୍ଘଦିନ ହେଲା ଏହି ଜଙ୍ଗଲ ଭିତରେ ଚାଳ ଛପର ଘରକରି ବସବାସ କରୁଛନ୍ତି l ଏମାନଙ୍କ ପାଖରେ କୌଣସି ସରକାରୀ ଯୋଜନା ପହଞ୍ଚିପାରିନାହିଁ l ସରକାର ଗରିବ ପରିବାର ପାଇଁ ମାଳମାଳ ଯୋଜନା କରିଥିବାବେଲେ ଏମାନଙ୍କ ପାଖରେ ଆଜି ପର୍ଯ୍ୟନ୍ତ ନ ପହଞ୍ଚିବା ଦୁଃଖର ବିଷୟ! ଏହି ବରିହାପଡା ଗାଁକୁ ରାସ୍ତାଟିଏ ନାହିଁ l ଯାହା ଫଳରେ ଯାତାୟାତ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସରକାର ଘରକୁଘର ବିଜୁଳି, ପାଣି ଯୋଗାଉଥିବାବେଲେ ଏହି ଗରିବ ପରିବାରମାନଙ୍କ ପାଖରେ ଆଜି ପର୍ଯ୍ୟନ୍ତ ବିଜୁଳି, ପାଣି ପହଞ୍ଚି ପାରିନାହିଁ l ଏମାନେ ଏକ କୁଅଁର ପାଣି ବ୍ୟବହାରକରି ଚଳୁଛନ୍ତି l ଏଠିକାର ବୃଦ୍ଧଵୃଦ୍ଧାମାନେ ଭତ୍ତାଟିଏ ପାଇବାରୁ ମଧ୍ୟ ବଞ୍ଚିତ ଅଛନ୍ତି l ନିଜର ଅସୁବିଧା ପ୍ରଶାସନକୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତିବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ଦୁଃଖର ବିଷୟ କାହିଁକି ଏପର୍ଯ୍ୟନ୍ତ କୌଣସି ରାଜନେତା ଏବଂ ପ୍ରଶାସନର ନଜର ପଡ଼ିନାହିଁ l କେବେ ପ୍ରଶାସନର ଦୃଷ୍ଟି ପଡିବ ଏବଂ ଏହି ଗାଁର ସୁବିଧାସୁଯୋଗ କରାଯିବ ତାହା ଦେଖିବାକୁ ବାକି ରହିଲା l

ବଲାଙ୍ଗୀର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ