।। ସରକାରୀ ଉପଖଣ୍ଡ ଡାକ୍ତରଖାନା ଠାରେ ଡାଇଲିସ ସେଣ୍ଟର ର ଶୁଭ ଉଦଘାଟନ

Nov 3, 2024 - 15:14
 0  16
।। ସରକାରୀ ଉପଖଣ୍ଡ ଡାକ୍ତରଖାନା ଠାରେ ଡାଇଲିସ ସେଣ୍ଟର ର ଶୁଭ ଉଦଘାଟନ

ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ଠାରେ ନୂତନ ଡାଇଲିସ ସେଣ୍ଟର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭରଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କରିଥିଲେ l ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତାଦେବୀଜୈନଯୋଗଦେଇଥିବାବେଲେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରାକର, ଏସଡିଏମଓ ପ୍ରଦୀପ କୁମାର ନାଏକ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁ, ପୌର ପରିଷଦର ସମସ୍ତ ସଭ୍ୟସଭ୍ୟା ଏବଂ ମିଶନଶକ୍ତି ର ସମସ୍ତ ସିଆରପି, ଏମବିକେ, ବ୍ୟାଙ୍କମିତ୍ର, ଏସଏଚଜି ମହିଳାମାନେ ଓ ଅନେକ ଜନସାଧାରଣ ଉପସ୍ଥିତ ଥିଲେ l ଉପଖଣ୍ଡ ଡାକ୍ତରଖାନାରେ ଡାଇଲିସ ସେଣ୍ଟର ନଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଏବଂ ଅନ୍ୟତ୍ର ଦୂରଦୁରାନ୍ତ କୁ ଯିବାକୁ ପଡୁଥିଲା l ଏହି ନୂତନ ଡାଇଲିସ ସେଣ୍ଟର ଶୁଭ ଉଦଘାଟନ ହୋଇଥିବାରୁ ଲୋକେ ବିନାମୂଲ୍ୟରେ ଏଥିରେ ସୁବିଧା ପାଇ ପାରିବେ l ଏଣୁ ଏହାର ଶୁଭାରମ୍ଭ ହୋଇଥିବାରୁ ଟିଟିଲାଗଡ଼ ଅଞ୍ଚଳବାସୀ ଉତ୍ସାହିତ ହୋଇଛନ୍ତି l

ଟିଟିଲାଗଡ଼ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ଇନା ସାହୁ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ