ସରକାରୀ ଉଚ୍ଚ ବିଦ୍ୟାଳୟ ତୋରରେ ବାର୍ଷିକ ଉତ୍ସବ ପାଳନ
ନୂଆପଡା : ସରକାରୀ ଉଚ୍ଚ ବିଦ୍ୟାଳୟ ତୋରରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମଲାଲ ସାହୁଙ୍କ ତତତ୍ଵାବଧାନରେ ବାର୍ଷିକ ଉତ୍ସବ ପାଳନ ହୋଇଛି। ବାର୍ଷିକ ଉତ୍ସବରେ ନୂଆପଡା ବିଧାୟକ ଶ୍ରୀଯୁକ୍ତ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ଵରୀ ସାହୁ, ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦିଲୀପ କୁମାର ନିର୍ମଳକର,ନୂଆପଡା ଜିଲ୍ଲା ପରିଷଦ (ଜୋନ 9) ଶ୍ରୀଯୁକ୍ତ ଭରତ ଲାଲ୍ ରାଉତ , ମୋଟନୁଆପଡ଼l ସରପଞ୍ଚ ଶ୍ରୀଯୁକ୍ତ ମୋତିଲାଲ ଉଜୀର, ଚୁଲାଭାଟ୍ ସରପଞ୍ଚ ଶ୍ରୀମତୀ ଚମ୍ପାବାଇ ଠାକୁର, ମୋଟନୁଆପଡ଼l ସିଆରସିସି ଶ୍ରୀଯୁକ୍ତ ପଦ୍ମନ ବିଶି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।ନୂଆପଡା ବ୍ଲକର ଅବସର ପ୍ର।ପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉତ୍କଳମଣି ଅଗସ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ । ପ୍ରଧାନ ଶିକ୍ଷକଙ୍କ ବିବରଣୀ ପାଠ ଶୁଣି ବିଧାୟକ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ରାଶି ଘୋଷଣା କରିଥିଲେ । କେନ୍ଦୁବାହାରା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ lବିଦ୍ୟାଲୟ ର ସହକାରୀ ଶିକ୍ଷକ ଶ୍ରୀ ସଂଗ୍ରାମ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରେ ଛାତ୍ର ଛାତ୍ରୀ ମାନଙ୍କର ସାଂସ୍କୃତିକ କାର୍ଯକ୍ରମ ଆରମ୍ଭ ହୋଇଥିଲା ଏବଂ ଏଥିପାଇଁ ମଞ୍ଚପରିଚାଳନା କରିଥିଲେ ଟାନ୍ ୱାଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ଶୁନାନୀମଞ୍ଚ ପରିଚାଳନା କରିଥିଲେ ।ଉକ୍ତ କାର୍ଯକ୍ରମ ପାଇଁ ବିଦ୍ୟାଳୟ ର ସମସ୍ତ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଅରବିନ୍ଦ ପ୍ରଧାନ , ଶ୍ରୀଯୁକ୍ତ ପଙ୍କଜ ସତନାମୀ,ଶ୍ରୀଯୁକ୍ତ ସିଦ୍ଧାନ୍ତ ସାହୁ ,ଶ୍ରୀମତୀ ଅପରାଜିତା ବେହେରା ,ଶ୍ରୀମତୀ ସରୋଜିନୀ ସେନାପତି ,ଶ୍ରୀଯୁକ୍ତ ମନିଶ କୁମାର ସାହୁ ,ଶ୍ରୀଯୁକ୍ତ ଲକ୍ଷ୍ମୀ ଚନ୍ଦ ପଟେଲ ,ଶ୍ରୀଯୁକ୍ତ ମନୋଜ କୁମାର ପଟେଲ ସାହାଯ୍ୟ କରିଥିଲେ । ସ୍ୱିପର ଟୋମଲ୍ ମାଝୀ ଅବିଂ ନାଇଟ ୱାଚର ଗୋବିନ୍ଦ ମାଝୀ ସାହାଯ୍ୟ କରିଥିଲେ । ଆଲୁମନି ମାନେ ଉକ୍ତ କାର୍ଯକ୍ରମ ପ୍ରତି ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ କରିଥିଲେ । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0