।। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ।।

Nov 2, 2024 - 20:34
 0  15
।। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ।।

ନୂଆପଡା : ନୂଆପଡା ସଦର ବ୍ଲକ କୁଳିଆବନ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ଜୁନିଅର ଏବଂ ସବ ଜୁନିଅର ଓ ସିନିଅର ମିଶି ମୋଟ ୨୭ଟି ପ୍ରକଳ୍ପ ପ୍ରଦର୍ଶିତ ହେଇଥିଲା | ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହେମସାଗର ମହାନନ୍ଦ, ଉପସ୍ଥିତ ରହିବା ସଙ୍ଗେ, ଗ୍ରାମ ର ଭଦ୍ର ବ୍ୟକ୍ତି ଲୋହିତ ଶବର, ହୀରାଲାଲ ପଟେଲ, ସାକୀର୍ତ୍ତନ ଶବର ଙ୍କୁ ପ୍ରଧାନ ଶିକ୍ଷକ ସମୀର ବେହେରା ସ୍ୱାଗତ କରିଥିଲେ, ବିଜ୍ଞାନ ଶିକ୍ଷକ ଗୁଣ ସାଗର ଭୋଇ,ସମସ୍ତ ପ୍ରକଳ୍ପ ର ନିର୍ଦେଶକ ଭାବେ ରହିଥିଲେ,ପ୍ରକଳ୍ପ ବିଚାରକ ଭାବେ ଲଳିତ ଚନ୍ଦ୍ରକାର, ଦେଓ କୁମାର ଶତନାମୀ ପରିଚାଳନା କରିଥିଲେ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁରସ୍କାର ପ୍ରଦାନ କରିଥିଲେ, ବିଦ୍ୟାଳୟର ଶିକ୍ଷକ କିଶୋର କୁମାର ପରିଡା ମଞ୍ଚ ସଂଚାଳନ କରିବା ସହ ଦୁଃଖିଶ୍ୟାମ ନାୟକ, ଡ଼ଙ୍ଗର ଶବର, ରୋହିତ ବେହେରା ସହଯୋଗ କରିଥିବା ସହ ପରିଶେଷରେ ରବି ଶଙ୍କର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ବ୍ଲକ ଲେଭେଲ ପାଇଁ ନିର୍ବାଚିତ ଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜ୍ଞାପନ କରି ଥିଲେ |କ୍ଲଷ୍ଟର ସାଧନ କର୍ମୀ ମନୋଜ ବରିହା ଗ୍ରାମର ସମସ୍ତ ଭଦ୍ର ବ୍ୟକ୍ତି, ସହିତ , ଲୀଳା ବାଇ ଶବର, ନନ୍ତା ମାଝୀ, ଛବିଲ ନିଆଲ କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ |

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ