।। ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ମରାମତି କଲେ ରାସ୍ତା ।।

Jul 18, 2024 - 16:21
 0  234
।। ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ମରାମତି କଲେ ରାସ୍ତା ।।

ବରୀ ,ତା:-୧୮/୦୭/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦ ଗ୍ରାମ ଦେଇ ଏମ୍ ଡି ଆର (14) ରାସ୍ତା କଳାମାଟିଆ ପର୍ଯ୍ଯନ୍ତ ଯାଇଛି।ଏହି ରାସ୍ତା ବରୁହାଁ-କଳାମାଟିଆ ନାମରେ ନାମିତ ହୋଇଥିଲା ବେଳେ ଏହା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧିନରେ ରହିଛି। ଏହି ରାସ୍ତା ଏବେ ଶୋଚନୀୟ ହୋଇ ପଡିଥିଲା ବେଳେ ଅରଙ୍ଗାବାଦ ଗ୍ରାମ ନିକଟରେ ପିଚୁ ଖୋଳି ହୋଇ ଖାଲଖମା ସ୍ରୁଷ୍ଟି ହୋଇଛି। ଯାତାୟତ ରେ ଘୋର ବ୍ୟାଘାତ ସ୍ରୁଷ୍ଟି ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀ ଙ୍କ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଛନ୍ତି। ସହକାରୀ ଯନ୍ତ୍ରୀ ତଦାରଖ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହି ନୀରବ ରହୁଛି।ମରାମତି ବିଳମ୍ବ ହେଉଥିବାରୁ ଗ୍ରାମବାସୀ ଙ୍କ ପକ୍ଷରୁ ସମାଜସେବୀ ଚନ୍ଦ୍ରଜିତ ପୁହାଣ ଙ୍କ ନେତୃତ୍ଵରେ ପାଖାପାଖି ଦୁଇ ଶହ ମିଟର ରାସ୍ତା ମରାମତି ଉନ୍ନତିକରଣ କରାଯାଇଛି। ଏନେଇ ଚନ୍ଦ୍ରଜିତ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି। ଏଥିରେ ସୁମନ୍ତ ଜେନା ,ନିରଞ୍ଜନ ଦାସ ,ଯାଦବା ନନ୍ଦ ଦାଶ ,ଜମଲ ଖାଁଙ୍କ ସମେତ ଶତାଧିକ ଯୁବକ ମରାମତି ରେ ସହଯୋଗ କରିଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ