ଲାଖବିନ୍ଧା ପ୍ରତିଯୋଗୀତା ମହିଳା ବିଭାଗରେ ଚାମା ମୁର୍ମୁ ଓ ପୁରୁଷ ବିଭାଗରେ ଶିବ ଶଙ୍କର ହେମ୍ବ୍ରମ ଚମ୍ପିୟାନ

Dec 3, 2024 - 18:42
 0  20
ଲାଖବିନ୍ଧା ପ୍ରତିଯୋଗୀତା ମହିଳା ବିଭାଗରେ ଚାମା ମୁର୍ମୁ ଓ ପୁରୁଷ ବିଭାଗରେ ଶିବ ଶଙ୍କର ହେମ୍ବ୍ରମ ଚମ୍ପିୟାନ

ଚାଲିଛି ମୟୂରଭଞ୍ଜ ମହୋତ୍ସବ। କଳା,ସଂସ୍କୃତି ଓ ଐତିହ୍ୟ ର ଏହି ମହାନ ପର୍ବରେ ପ୍ରତି ଦିନ ଅନେକ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମଧ୍ୟ ଚାଲୁରହିଛି। ଏହାରି ମଧ୍ୟରେ ଏକ ଅନ୍ୟତମ କାର୍ଯ୍ୟକ୍ରମ ବା' ଖେଳ ହେଉଛି 'ଲାଖବିନ୍ଧା' ପ୍ରତିଯୋଗିତା। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଅଧିବାସୀ ମାନଙ୍କର ଏ ହେଉଛି ଏକ ଅନନ୍ୟ ଓ ଆକର୍ଷଣୀୟ ପରମ୍ପରା। ତେଣୁ ମୟୂରଭଞ୍ଜ ମହୋତ୍ସବରେ ମଧ୍ୟ ଏହା ବିଶେଷ ଆକର୍ଷଣ ପଲୋଟିଥାଏ। ଉଭୟ ପୁରୁଷ ଓ ମହିଳାଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଥାଏ। ଆଦିବାସୀ ପାରମ୍ପରିକ ପୋଷାକ ପରିଧାନ କରି ହାତରେ ଧନୁ ଓ ତୀର ଧରି ଯୁଦ୍ଧ କରିବା ଭାବଭଙ୍ଗୀରେ ଲକ୍ଷ ଭେଦ କରିଥାନ୍ତି ପ୍ରତିଯୋଗି। ମଙ୍ଗଳବାର ପୂର୍ବାହ୍ନ ୧୦.୩୦ ମିନିଟ ସମୟ ରେ ମୟୁରଭଞ୍ଜ ମୋହତ୍ସବ ତରଫରୁ ବାରିପଦା ଷ୍ଟାଡିୟମ ଠାରେ ଏହି ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଉଛି। ଦୀର୍ଘ ଦୁଇଘଣ୍ଟା ଧରି ଏହି ପ୍ରତିଯୋଗିତା ଚାଲିଥିବା ବେଳେ ଏଥିରେ ୫୮ ଜଣ ମହିଳା ଓ ୨୨୦ ଜଣ ପୁରୁଷ ଭାଗ ନେଇଥିଲେ। ଏବଂ ଉଭୟ ମହିଳା ଓ ପୁରୁଷ ବିଭାଗ ରେ ପ୍ରଥମ ୫ ଜଣ ପ୍ରତିଯୋଗୀ ଙ୍କୁ ମୟୂରଭଞ୍ଜ ମହୋତ୍ସବ ର ବର୍ଣ୍ଣାଢ୍ୟ ମଞ୍ଚରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରତିଯୋଗିତା ରେ ମହିଳା ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଚାମା ମୁର୍ମୁ, ଦ୍ବିତୀୟ ଓ ତୃତୀୟ ଯଥା କ୍ରମେ ରଶ୍ମିତା ହେମ୍ବ୍ରମ ଓ ମାଳିକା ହେମ୍ବ୍ରମ ରହିଛନ୍ତି ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ଶାନ୍ତିଲତା ହେମ୍ବ୍ରମ o ମାଳତୀ ମାଝୀ। ସେହି ଭଳି ପୁରୁଷ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶିବ ଶଙ୍କର ହେମ୍ବ୍ରମ । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ରହିଛନ୍ତି ଚରଣ କିସ୍କୁ ଓ ରଘୁନାଥ ହେମ୍ବ୍ରମ । ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଧିକାର କରିଛନ୍ତି ନୁନା ମୁର୍ମୁ ଓ ଶ୍ୟାମ ସୁନ୍ଦର ଟୁଡୁ। ଏହି କାର୍ଯ୍ୟକ୍ରମ କୁ କମିଟି ର ପଦାଧିକାରୀ ଅସିତ ପତି, କୃଷ୍ଣାନନ୍ଦ ମହାନ୍ତି, ସଂଜୀବ ଦିବେଦୀ, ଅମର ସେଠି, ରାକେଶ ସିଂ, ଅରୁଣ ବରାଡ଼,ରାଜୀବ ଜେନା,ରାକେଶ ବେହେରା, ସରୋଜ ଶତପଥୀ, ଦିବ୍ୟରଞ୍ଜନ ଦାସ, ସମର୍ଜିତ ଗୋସ୍ୱାମୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଅତିଥି ଭାବେ ଭାରତୀ ହାଁସଦା ଜିଲ୍ଲାପରିଷଦ ଅଧ୍ୟକ୍ଷା,ମୟୂରଭଞ୍ଜ ଓ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି ଯୋଗ ଦେଇ ପ୍ରତିଯୋଗୀତା କୁ ଉଦଘାଟନ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ