ଲଇକେରା କଲେଜରେ ଦ୍ଵିବସୀୟ ବାର୍ଷିକ କ୍ରିଡ଼ା
ଲଇକେରା ୩/୨(ଫାଷ୍ଟ ନ୍ୟୁଜ ଓଡିଶା) ଲଇକେରା ଡିଗ୍ରୀ ଓ ଯୁକ୍ତଦୁଇ କଲେଜରେ ଦୁଇଦିନିଆ ବାର୍ଷିକ କ୍ରିଡା ଅନୁଷ୍ଠିତ ହୋଇଛି। ଡ଼ିଗ୍ରୀ କଲେଜ ଅଧ୍ୟାପକ ପ୍ରମୋଦ କୁମାର ସିଂ,ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ କମଳ ଲୋଚନ ଦାସ ଯୋଗଦେଇ କ୍ରିଡ଼ା ପତକା ଉତ୍ତୋଲନ କରି ଶୁଭାରମ୍ଭ କରିଥିଲେ।ଉଦ୍ଯାପନୀ ଉତ୍ସବରେ ଲଇକେରା ତହସିଲଦାର ଦିଲୀପ କୁମାର ମାଝୀ ମୁଖ୍ୟ ଅତିଥି,ସ୍ଥାନୀୟ ସରପଞ୍ଚ ପ୍ରିୟଦମ୍ବା ବେହେରା,ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭୂପାଳ ଚନ୍ଦ୍ର ବେହେରା ସମ୍ମାନୀତ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରିଡା ବିଷୟ ମାର୍ଗ ଦର୍ଶନ ଦେଇ କୃତିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଡିଗ୍ରୀ କଲେଜ ଅଧ୍ୟକ୍ଷ ସୁଧାଂଶୁ ଶେଖର ପୁରୋହିତ ସଭାପତିତ୍ଵ କରିଥିବା ବେଳେ ଅଧ୍ୟାପକ ଗୁରୁଚରଣ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।ଖେଳ ଶିକ୍ଷକ ନରେନ୍ଦ୍ର ମେହେଣା, ପିତାମ୍ବର ସାହୁ, ପ୍ରଦୀପ ବେହେରା, ଯୁଗଳ ପଟେଲ, ରାଜେଶ ପଟେଲ, ଅମିୟ ପଟେଲ, କ୍ରିଡ଼ା ଶିକ୍ଷୟତ୍ରୀ ନେତ୍ରାବତୀ ନାଏକ ଖେଳ ପରିଚାଳନା କରିଥିଲେ। ଅଧ୍ୟାପକ ସୁଶାନ୍ତ ରଥ,ଶୁଭେଦୁ ବାରିକ, ସୁଦୀପ ପୁରୋହିତ, କୃପାସିନ୍ଧୁ ମିଶ୍ର,ପ୍ରବୀଣ ନାଏକ, ରାସେଶ୍ଵରୀ ସାହୁ,ରୁଦ୍ରାକ୍ଷ ପ୍ରଧାନ ଓ ଅଆପିକା ସୁପ୍ରଭା ନାଏକ,ଚନ୍ଦ୍ରିକା ମାଝି, ଜେମିନୀ ନେଟି, ମୁଲୋଚନା ବେହେରା,ପ୍ରତୀକ୍ଷା ପ୍ରଧାନ,ରଞ୍ଜିତା ନାଗ ସହ କର୍ମଚାରୀ ସହଯୋଗ କରିଥିଲେ। ରାଜ୍ୟସ୍ତରୀୟ କ୍ରିଡାରେ ଭାଗ ନେଇଥିବା କଲେଜର ଛାତ୍ରୀ ମାଳାବତୀ ପିଙ୍ଗ,ଚନ୍ଦ୍ରିକା ସିଂ,ରଶ୍ମିତା କିସାନ,ସବ୍ୟରାଣୀ ଧୁରୁଆଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ଅଧ୍ୟାପିକା ଶାନ୍ତିଲତା ହାଂସଦା ଧନ୍ୟବାଦ ଦେଇଥିଲେ।
ଲଇକେରା ରୁ ନିଶିତ କୁମାର ବହିଦରଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
0