।। ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ କନ୍ଧମାଳ ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।।

Dec 24, 2023 - 21:17
 0  3
।। ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ କନ୍ଧମାଳ ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର) : ରାତି ପାହିଲେ ବଡ ଦିନ। ଏହାକୁ ଧୁମଧାମରେ ପାଳନ କରିବା ପାଇଁ ଚାଲିଛି ବିଭିନ୍ନ ସ୍ଥାନରେ ପ୍ରସ୍ତୁତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଖ୍ରୀଷ୍ଟ ଧର୍ମୀଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଚର୍ଚ୍ଚ ଆଗରେ ପୁଲିସ ମୁତୟନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ କଡା ନଜର ରଖାଯାଇଛି। ବଡ଼ଦିନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସନ୍ଧ୍ୟାରେ ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହ ଚର୍ଚ୍ଚର ପାଳକ ଓ ଖ୍ରୀଷ୍ଟୟ ଉଦଯୋଗୀ ସମିତିର ସଦସ୍ୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କରିଛନ୍ତି । ବିଶ୍ୱାସ ଅନୁସାରେ ଠିକ ମଧ୍ୟରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିବେ ପ୍ରଭୁ ଯୀଶୁ । ଏହା ପରେ ଆରମ୍ଭ ହେବ ବଡ଼ ଦିନ ପାଇଁ ଶୁଭେଚ୍ଛାର ପର୍ବ । କନ୍ଧମାଳ ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ରେ ଏକ ନିଆରା ଭାବେରେ ତିଆରି ହୋଇଛି ସାନ୍ତାକ୍ଲଜ l ବଡ଼ଦିନ ପାଳନ ଏବଂ ଜିରୋ ନାଇଟ ସେଲିବ୍ରେସନ ପାଇଁ କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ପୁଲିସର ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ