।। ରାଜ୍ୟ ସ୍ତରୀୟ ଉପଲବ୍ଧ ସର୍ବେକ୍ଷଣ-2024 ଅନୁଷ୍ଠିତ ।।

Mar 25, 2024 - 05:59
 0  39
।। ରାଜ୍ୟ ସ୍ତରୀୟ ଉପଲବ୍ଧ ସର୍ବେକ୍ଷଣ-2024 ଅନୁଷ୍ଠିତ ।।

ନୂଆପଡା : ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଜ଼ିଲ୍ଲା ଶିକ୍ଷା ବିଭାଗ ନୂଆପଡାର ପ୍ରତ୍ୟକ୍ଷ ତତ୍ଵlବଧାନରେ ଜ଼ିଲ୍ଲାର 5ଗୋଟି ବ୍ଲକ ର 50 ଗୋଟି ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ ଓ ସପ୍ତମ ଶ୍ରେଣୀର ଗଣିତ ଓ ଭାଷା ବିଷୟରେ ଛାତ୍ର ଛାତ୍ରୀଙ୍କ ଉପଲବ୍ଧି ସର୍ବେକ୍ଷଣ ଅନୁଷ୍ଠିତ ହୋଇଥିଲା l ବିଷୟଗତ ଶିକ୍ଷକ (ଗଣିତ ଓ ଭାଷା ) ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟର ମଧ୍ୟ ମlନ ଉପଲବ୍ଧି ସର୍ବେକ୍ଷଣ ଏଥିରେ ଅନ୍ତର୍ଭୁକ୍ତ ଥିଲେ l ବରିଷ୍ଠ ପ୍ରାଧ୍ୟାପକ ତଥା 5 ଗୋଟି ବ୍ଲକ ପ୍ରଭାରୀ ଯଥା : ନୂଆପଡା ବ୍ଲକ ରୀନା ବାଗ, କୋମନା ବ୍ଲକ ଅନିତା ମଞ୍ଜୁରୀ ଶବର, ଖରିଆର ବ୍ଲକ ବବିତା ଶବର, ବୋଡେ଼ନ ବ୍ଲକ ଟିକେଶ୍ୱର୍ ପାରନା, ଓ ସିନାପାଲି ବ୍ଲକ ଶଙ୍କର ସାହୁ, ଏହି ସର୍ବେକ୍ଷଣ ହେଉଥିବା ବିଦ୍ୟାଳୟ ସମୂହକୁ ପର୍ଯ୍ୟବେକ୍ଷଣ କରିଥିଲେ l ଜ଼ିଲ୍ଲାର ସର୍ବମୋଟ 1897 ବିଦ୍ୟାର୍ଥୀ ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ l ତତମଧ୍ୟରୁ ଦ୍ଵିତୀୟ ଶ୍ରେଣୀରେ 745 ଜଣ ବିଦ୍ୟାର୍ଥୀ, ଚତୁର୍ଥ ଶ୍ରେଣୀରେ 552 ଜଣ, ସପ୍ତମ ଶ୍ରେଣୀରେ 600ଜଣ ପରୀକ୍ଷଣରେ ଯୋଗଦେଇଥିଲେ l ଜ଼ିଲ୍ଲାରେ ଏହି ଉପଲବ୍ଧି ସର୍ବେକ୍ଷଣରେ ଜ଼ିଲ୍ଲାରେ ମୋଟ 166 ଜଣ ବିଷୟ ଭିତ୍ତିକ ଶିକ୍ଷକ ଭାଗ ନେଇଥିଲେ l ଏଥି ସହିତ 50 ଜଣ ପ୍ରଧାନଶିକ୍ଷକ 50 ସିଆରସିସି ଏବଂ ଡିଆଇଇଟି ରୁ 100 ଜଣ କ୍ଷେତ୍ର ଅନୁସନ୍ଧାନକାରୀ ନିୟୋଜିତ ହୋଇଥିଲେ l ଜ଼ିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ କରୁଣାକର ଭୋଇ, ଜ଼ିଲ୍ଲା ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୁଧାଂଶୁ ଶେଖର ମିଶ୍ର, ଡିଆଇଇଟି ଅଧ୍ୟକ୍ଷ ନରୋତ୍ତମ ଭୋଇ ଓ ବରିଷ୍ଠ ପ୍ରାଧ୍ୟାପକ ବିକ୍ରମାଦିତ୍ୟ ବରିହା ସିଂ କ୍ଷେତ୍ର ପରିଦର୍ଶନ କରିଥିଲେ l ସଦର ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହେମସାଗର ମହାନନ୍ଦ ଓ ବିଆରସିସି ଉତ୍କଳମଣି ଅଗସ୍ତି ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଦୁଇମାସ ପୂର୍ବରୁ ଯୋଜନାବଦ୍ଧ ଭାବରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନମୁନା ପ୍ରଶ୍ନପତ୍ର ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଏବଂ ଭିଭିନ୍ନ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ଅଭ୍ୟାସ ପ୍ରଶ୍ନଉତ୍ତର କରାଇଥିଲେ l ଏହି କାର୍ଯ୍ୟକ୍ରମରେ ସଫଳ ନିମନ୍ତେ ବରିଷ୍ଠ ଶିକ୍ଷକ ଶୀଯୁକ୍ତ ଶଙ୍କର୍ଷଣ ପୁରୋହିତ ଓ ଶ୍ରୀଯୁକ୍ତ ଅମିଲାଲ ଶବର ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ