ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଅକ୍ଷୟ ତୃତୀୟା ଦିବସ ପାଳିତ

Apr 30, 2025 - 20:32
 0  32
ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ  ଅକ୍ଷୟ ତୃତୀୟା ଦିବସ  ପାଳିତ

ନୂଆପଡା : ଜିଲ୍ଲାର ବିଶିଷ୍ଟ ଚାଷୀ ଓ ଶ୍ରମିକ ନେତା, ବିଜେପି ର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ସଲଙ୍ଗିପଡ଼ା ଗ୍ରାମ ରେ ଶହ ଶହ ଚାଷୀ ଙ୍କ ଗହଣ ରେ ମହା ସମାରୋହ ରେ ଅକ୍ଷୟ ତୃତୀୟା ଦିବସ ଅବସରରେ ଅଖି ମୁଠି ଅନୁକୂଳ କରାଯାଇଛି। ଚାଷୀ ମାନେ ନିଜ ଘରେ ପୁଜା ପାଠ ସାରି ବିହନ ବାହାର କରି ସାରିଲା ପରେ ପୂର୍ବ ନିର୍ଦ୍ଧାରିତ ବିଜେପି କିଷାନ ମୋର୍ଚ୍ଚା କାର୍ଯ୍ୟକ୍ରମ ମୁତାବକ ସଲଙ୍ଗିପଡା ଚ ଗ୍ରାମ ରେ ଚାଷୀ ମାନେ ଏକ ଜୁଟ ହୋଇ ସାମୁହିକ ଭାବରେ ପୁଜା ପାଠ କରି ବିହନ ବାହାର କରିବା ପାଇଁ ଉପସ୍ଥିତ ହୋଇଥିଲେ। ହଳ, ଲଙ୍ଗଳ,ଭୂମି ଓ ବିହନ ପୂଜା କରି ଚାଷୀ ଙ୍କ ତରଫରୁ ଚାଷୀ ନେତା ଶ୍ରୀ ପାଣିଗ୍ରାହୀ ବିହନ ବୁଣି ଥିଲେ।ପରେ ଚାଷୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯହିଁ ରେ ନବ ଗଠିତ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଚାଷୀ କଲ୍ୟାଣ ଯୋଜନା ଉପରେ ଚାଷୀ ନେତା ମାନେ ବକ୍ତବ୍ୟ ରଖିଥିଲେ। ଚାଷୀ ନେତା ଶ୍ରୀ ପାଣିଗ୍ରାହୀ ଧାନ କୁଇଣ୍ଟାଲ ୩୧୦୦, ପ୍ରତ୍ୟେକ ସବ ଡିଭିଜନ ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ମୂଖ୍ୟମନ୍ତ୍ରୀ କିଷାନ୍ ସମ୍ମାନ ନିଧି ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା, କଟନି ମୁକ୍ତ ମଣ୍ଡି,, ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଭାରତ ଯୋଜନା, ସୁଭଦ୍ରା ଯୋଜନା, ଚାଷୀ ଙ୍କ ପାଇଁ ଉପକୁକ୍ତ ମଣ୍ଡି ବ୍ୟବସ୍ଥା ଇତ୍ୟାଦି ଯୋଜନା ର ସୁଫଳ ସିଧା ସଳଖ ଚାଷୀ ଙ୍କ ପାଖ ରେ ପହଞ୍ଚିବାଦ୍ୱାରା ଚାଷୀ ସଶକ୍ତ ହେବା ସହିତ ଆୟ ବହୁ ପରିମାଣ ରେ ବଢ଼ିଛି ବୋଲି ମତ ପ୍ରକାଶ କରିଥଲେ। ଏହି କାର୍ଯ୍ୟକ୍ରମ ରେ ବିପ୍ର ଶବର, ଇନ୍ଦ୍ରମଣି ପାଣିଗ୍ରାହି, ତାତୁରାମ ମଲ୍ଲିକ, ଇନ୍ଦ୍ରମଣି ପାଣିଗ୍ରାହି, ଚିତ୍ତ ରଂଜନ ପାଢ଼ୀ, ସରପଂଚ ଶ୍ରୀମତୀ ସନ୍ତୋଷିନି ସୁନାନି , ଉଦ୍ଧବ ଶବର, ତରୁଣ ଦସ, ଦଧି ନାଗ, ସନ୍ତୋଷ ଶବର, ସନ୍ଥ ରାମ ମାଝୀ, ରାହାସ ହଂସ, ଘୋଷ ମହମ୍ମଦ, ପଞ୍ଚୁ ଶବର, ଦୁଲାମଣି ଶବର, ଦୂତୀଆ ଶବର, ସରୋଜ ପଣ୍ଡା, ଭୁବନେଶ୍ୱର ବାଗ, ନିଲ ନାଗ, ଚନ୍ଦ୍ରଭାନୁ ତିୱାରୀ, ଚୌଧୁରୀ ଶବର, କୁମୁଦ ଶବର, ପୂର୍ଣ୍ଣ ହଂସ, ବିରଞ୍ଚି ଶବର, ଘାସିରାମ ସତ୍ ନାମୀ, କରନ୍ ଦାସ, ଭୁଜ ଶବର, ମଧୁ ଶବର, ଗୋଦ୍ରୋ ବରିହା, ଦିଆଲୁ ନାଗ କୌଶଲ୍ୟା ଶବର, ପ୍ରମିଳା ଶବର, ଯଶୋଦା ଶବର, ସାବିତ୍ରୀ ଶବର, ଲକ୍ଷ୍ମଣ ଶବର, ଜଗନ୍ନାଥ ଶବର, ନିଲା ଶବର ପ୍ରମୁଖ ଙ୍କ ସମେତ ଚାରି ଶହ ରୁ ଊର୍ଦ୍ଧ୍ବ ଚାଷୀ ଏହି କାର୍ଯ୍ୟ କ୍ରମ ରେ ସାମିଲ ହୋଇଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ