ରାଇପାଡ ଚୁକ୍ତି କୁ ତିନି ବର୍ଷ ବିତିଲା। ଗ୍ରାମବାସୀ ଆଜି ମଧ୍ୟ ଆନ୍ଧ୍ର ଛତ୍ର ଛାୟା ତଳେ. କୋଟିଆ ଗାଁ କୁ ସରକାର ଢାଳି ଦେଲେ ୨୯୦ କୋଟିର ହାତୀ କଳସ

Feb 1, 2026 - 13:44
 0  18
ରାଇପାଡ ଚୁକ୍ତି କୁ ତିନି ବର୍ଷ ବିତିଲା। ଗ୍ରାମବାସୀ ଆଜି ମଧ୍ୟ ଆନ୍ଧ୍ର ଛତ୍ର ଛାୟା ତଳେ. କୋଟିଆ ଗାଁ କୁ ସରକାର ଢାଳି ଦେଲେ ୨୯୦ କୋଟିର ହାତୀ କଳସ

କୋରାପୁଟ ଜିଲ୍ଲାର କୋଟିଆ ରେ ଆନ୍ଧ୍ରର ଅନୁପ୍ରବେଶ ରୋକିବା ତଥା କୋଟିଆ ର ବିକାଶ ନେଇ ଗତ କିଛିଦିନ ତଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳ କୋଟିଆ ଗସ୍ତ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଉକ୍ତ ରିପୋର୍ଟ କୁ ଆଧାର କରି ଏକ ଉଚ୍ଚ ସ୍ତରୀୟ ବୈଠକ ରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା। ପ୍ଲାନ୍ ଅନୁସାରେ ଗୃହ ବିଭାଗ, କୃଷି ବିଭାଗ, ବିଦ୍ୟୁତ୍ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗ, ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏହି ଭଳି ୨୦ ବିଭାଗ ଏହି ଅଞ୍ଚଳର ବିକାଶ ଲାଗି ଦାୟୀତ୍ବ ଦିଆଯାଇଥିବା ଜଣାପଡିଛି। ବିଭିନ୍ନ ବିଭାଗ ଦ୍ଵାର କରାଯିବାକୁ ଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ଲାଗି ମୋଟ ୨୯୦ କୋଟି ଟଙ୍କାର ବିଶାଳ ପ୍ୟାକେଜ୍‌ ଅନୁମୋଦନ କରାଯାଇଛି। ଭଲ କଥା, କିନ୍ତୁ ଠିକ୍ ସେହି ପରି ଏକ ବିବାଦୀୟ ସ୍ଥାନ ଯାହା କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ରାଇପାଡ ଚୁକ୍ତିକୁ ତିନି ବର୍ଷ ବିତିଯାଇ ଥିଲେ ସୁଦ୍ଧା ସରକାର ଆଜି ସୁଦ୍ଧା କୌଣସି ତତ୍ପରତା ଦେଖାଇ ନଥିବା ପରିଲକ୍ଷିତ ହୋଇଛି। ନିକଟ ଅତୀତରେ କୋଟିଆ ଭଳି ଆଧାର, ରାସନ, ବିଦ୍ୟୁତ୍ ସହଯୋଗ ଆଳରେ ରାଇପାଡ୍‌ଅଞ୍ଚଳର ଜଙ୍ଗଲ ଜମିକୁ ହାତେଇ ଚଞ୍ଚକତା ର ସହ ନିଜ ଅକ୍ତିଆର କୁ ନେଇ ଯାଇଥିଲା ଆନ୍ଧ୍ର। ରାଇପାଡ ଅଞ୍ଚଳର ନିରୀହ ତଥା ପଛୁଆ ଜନଜାତି ର ଆଧିବାସୀଙ୍କୁ ପ୍ରଲୋଭନ ଦେଖାଇ ହେଇଥିଲା ଜଙ୍ଗଲ ଜମି। ହେଲେ ଆନ୍ଧ୍ର ର ଏହି ଚଂଚଳତା ପଦାରେ ପଡ଼ିବା ପରେ ପ୍ରଶାସନ ତତ୍ପରତା ଦେଖାଇ ଆନ୍ଧ୍ର ପ୍ରଶାସନ ସହିତ ଦୀର୍ଘ ତିନିମାସରେ ଆଲୋଚନା ପରେ ସୀମାନ୍ତ ଚାଟୁଆ ଠାରେ ଉଭୟ ଆନ୍ଧ୍ର ଓ ଓଡ଼ିଶା ର ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ଓ ବିଚାର ବିମର୍ଶ ପରେ ରାଇପାଡ ଉପରେ ସୀମା ନିର୍ଧାରଣ ସହ ଆନ୍ଧ୍ରର ଅହେତୁକ ଅନୁକମ୍ପା ବନ୍ଦ୍ କରିବାକୁ ରାଜିନାମା ସ୍ୱାକ୍ଷର ହୋଇଥିଲା। ସେହିଦିନ ଠାରୁ ରାଇପାଡ ରେ ଉନ୍ନୟନ କାର୍ଯ୍ୟ ପାଇଁ ତାଲିକା ସହ ବ୍ୟୟ ବରାଦ ପ୍ରସ୍ତୁତ କରାଯାଇଥିଲା। ତାଲିକା ମଧ୍ୟରେ ରାସ୍ତା ଘାଟ, ପାନୀୟ ଜଳ, ଆବାସ, ବିଦ୍ୟୁତ୍ ଯୋଗାଣ, କୃଷି, ଶିକ୍ଷା, ଓ ସ୍ବାସ୍ଥ୍ୟ ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଥିଲା। ହେଲେ ଦୁଃଖ ଓ ପରିତପ୍ତ ର ବିଷୟ ଆଜି ମଧ୍ୟ ଆନ୍ଧ୍ର ର ଛତ୍ର ଛାୟା ତଳେ ରାଇପାଡ ବାସୀ। ବିକାଶ ତ ଦୂର କଥା ଆଜି ସୁଦ୍ଧା କୋଦଳେ ମାଟି ତାଡ଼ ହୋଇ ପାରିଲାନି ରାଇପାଡ ଅଞ୍ଚଳରେ। କୋଟିଆ ଉପରେ ସରକାର ଅନୁକମ୍ପା ପରେ ଅନୁକମ୍ପା ଢାଳି ଚାଲୁଥିବା ବେଳେ ରାଇପାଡ ଉପରେ ସରକାରଙ୍କର ବୈମାତୃକ ମନୋଭାବ କାହିଁକି? ସାମାନ୍ୟ ବିଦ୍ୟୁତ୍, ପାଣି ବା ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଏହି ଗ୍ରାମବାସୀଙ୍କ ଲାଗି ସୁବିଧା ଜନକ ହୋଇପାରିଲା ନାହିଁ। ତେବେ କୋରାପୁଟ ଜିଲ୍ଲା ର ଦ୍ଵିତୀୟ ବୃହତ୍ ବ୍ଲକ ନନ୍ଦପୁର କୁ ଆନ୍ଧ୍ର ସୀମାନ୍ତ ର ବିଶାଳ ସୀମା ଘେରି ରହିଥିବା ବେଳେ ପାନ୍ଥଳୁଙ୍ଗ, ବିଲାପୁଟ୍, ଗୋଲୁର୍ , ଚାଟୁଆ ପଞ୍ଚାୟତ ମୁଖ୍ୟତଃ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରେ ରହିଅଛି। ସରକାର ଓ ପ୍ରଶାସନ ସମେତ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସ୍ଵତନ୍ତ୍ର ଦୃଷ୍ଟି ପଡୁ ନଥିବା ହେତୁ ଏହି ଅଞ୍ଚଳର ଗୋଟିଏ ପରେ ଗୋଟେ ଗାଁ ଆନ୍ଧ୍ର ର ବଶବର୍ତ୍ତୀ ହେବାରେ ଲାଗିଛି। ଏହାର ଜ୍ୱଳନ୍ତ ଉଦାହରଣ ବିଲାପୁଟ୍ ର ଜଲାପୁଟ, ପାନ୍ଥଲୁଙ୍ଗ ର ସୋଭାପୁଟ, ଓ ଗୋଳୁରୁ ର ରାଇପାଡ ଯାହା ସରକାରଙ୍କ ନଜରରେ ରହିଛି। ତଥାପି ଏହି ଅଞ୍ଚଳ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ କାହିଁକି?

ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ