ରତ୍ନଗିରିର ଉନ୍ନତୀକରଣ ପାଇଁ ମିଳିବ ଅନୁଦାନ

Nov 9, 2024 - 16:41
 0  7
ରତ୍ନଗିରିର ଉନ୍ନତୀକରଣ ପାଇଁ ମିଳିବ ଅନୁଦାନ

ରତ୍ନଗିରି ବୌଦ୍ଧପୀଠ ପରିଦର୍ଶନରେ ଆସିଥିବା ଅଧୂକାରୀ । ରତ୍ନଗର୍ଭା ରତ୍ନଗିରି କେବଳ ବରୀ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ । ଏହି ପୀଠର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ବରୀ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନପତ୍ର ଲେଖ‌ିବା ପରେ ଯାଜପୁର ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଗୁରୁବାର ଯାଜପୁର ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକା ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର କମିଟି ସଦସ୍ଯ ରତ୍ନଗିରି ବୌଦ୍ଧ ପୀଠ ପରିଦର୍ଶନ କରିଛନ୍ତି। ଆଗାମୀ ଦିନରେ ବୌଦ୍ଧପୀଠ ରତ୍ନ- ରତ୍ନଗିରିର ଉନ୍ନତିକରଣ ପାଇଁ ସରକାରଙ୍କ ତରଫରୁ ଆବଶ୍ୟକ ଅନୁଦାନ ଯୋଗାଇ ଦିଆଯିବ ବୋଲି ବେହୁରିଆ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରତ୍ନଗର୍ଭା ରତ୍ନଗିରି ପର୍ଯ୍ୟଟନସ୍ଥଳ ବ ଜଣାଶୁଣା ହୋଇଥିଲେ ବିଏହାର ରକ୍ଷଣାବେକ୍ଷଣ ଐତିହ୍ୟକୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବାକୁ କେନ୍ଦ୍ର ଭାବେ ଜଣାଶୁଣା ହୋଇଥିଲେ ବି (3 ରାଜ୍ୟ ସରକାର ଗୁରୁତ୍ଵ ନ ଦେବା ଦୁଃଖ ଏବଂ ପରିତାପର ବିଷୟ ବୋଲି ବହୁ ବୁଦ୍ଧିଜୀବୀ ମତ ରଖୁଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ