।। ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ।।

Dec 23, 2023 - 15:35
 0  25
।। ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ।।

ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଟି ରାଜ୍ୟର କୋଣ ଅନୁକୋଣ ରେ ଧୂମଧାମର ସହିତ ଅନୁଷ୍ଠିତ ହେଉ ଥିବାବେଳେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧୁଷିତ ବନ ପାହାଡ଼ ଘେରା ଥୁଆମୂଳ ରାମପୁର ବ୍ଲକ ଅନ୍ତରଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହୁଲ ପାଟଣା ଠାରେ ଏହି କାର୍ଯ୍ୟକ୍ରମ ଟି ଆଜି 22/12/2023 ରିଖ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି l ବିଦ୍ୟାଳୟର ପ୍ରଥମ ରୁ ଏକାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ପ୍ରତିଯୋଗିତା ରେ ଭାଗ ନେଇ ପ୍ରତିଯୋଗିତା ରେ ବିଜେତାଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିବା ସହ ସାଂକୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଗତ ତା 10/12/2023 ରିଖ ଠାରୁ ଆରମ୍ଭ ହୋଇ ତା 22/12/2023ରିଖ ଶୁକ୍ରବାର ଆଜି ତାର ସମାପନ ହେଲା l ଏଥିରେ କ୍ରୀଡା, ସଂକୃତିକ ,ସମାଜସେବା, ସାଧାରଣ ଲୋକଙ୍କୁ ସଚେତନତା ଉପରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଥିଲା l l ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସଂମ୍ମାନିତ ଅତିଥି ଲାଞ୍ଜିଗଡ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ,ମହୁଲ ପାଟଣା ସରପଞ୍ଚ ରତନୀ ମାଝୀ, ସମିତି ସଭ୍ୟ ମନ ମାଝୀ, ମହୁଲ ପାଟଣା ପଞ୍ଚାୟତ ବାସି ଏବଂ ଅବିଭାବକ, ବିଦ୍ୟାଳୟ ର ଅଧ୍ୟକ୍ଷ ଲଷ୍ମୀଧର ନାଏକ ସମେତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ର ପରିଚାଳନା କମିଟି ର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l l କାର୍ଯ୍ୟକ୍ରମ ଟି କୁ ବିଦ୍ୟାଳୟ ଅଧ୍ୟକ୍ଷ ବହୁତ ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ର ସହ ମହା ଆଡ଼ମ୍ବର ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ଏପରି କାର୍ଯ୍ୟକ୍ରମ କୁ ନେଇ ଅଞ୍ଚଳ ବାସି ବହୁତ ଖୁସି ଥିବା ଚର୍ଚ୍ଚା ବିଷୟ ପାଲଟିଛି l ଉକ୍ତ ସଭା କୁ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଅଧ୍ୟାପକ ବଳଭଦ୍ର ହରିଜନମଞ୍ଚ ପରିଚାଳନା କରିଥିଲେ ଏବଂ ପୁରସ୍କାର ବିତରଣ ରେ ପ୍ରଦୀପ ପାଟ ମାଝୀ, ଦିଲ୍ଲୀପ କୁମାର ଦାସ,ଲଛମା ନାଏକ, ଭକ୍ତି ନାଏକ,ସହଯୋଗ କରିଥିଲେ l ଶେଷରେ ବିଦ୍ୟାଳୟ ର ଅଧ୍ୟକ୍ଷ ଲଷ୍ମୀଧର ନାଏକ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ