ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ‘ସର୍‌ଗି ଫୁଲ୍’ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ

Nov 27, 2024 - 20:28
 0  8
ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ‘ସର୍‌ଗି ଫୁଲ୍’ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ

ବାରିପଦା: ୨୭.୧୧.୨୦୨୪// ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ରାଣୀଭୋଳସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ‘ସରଗି ଫୁଲ୍’ ଶିଶୁ ମହୋତ୍ସବ ତଥା ବିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଉଦ୍ଘାଟନ ହୋଇ ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଉପଖଣ୍ଡରୁ ଭାଗ ନେଇଥିବା ଜନଜାତି ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ଏକ ନୂଆ ଅନୁଭୂତି ନେଇ ଫେରିଛନ୍ତି। ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ରାଇରଙ୍ଗପୁର ଶ୍ରୀଯୁକ୍ତ ଜଲେନ ନାଏକ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଇଥିବାରୁ ଏଥିପାଇଁ ମାନ୍ୟବର ବିଧାୟକ ତଥା ମୁଖ୍ୟ ଅତିଥି ଶ୍ରୀ ନାଏକ, ରାଜ୍ୟ ସରକାର, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କୁ ଧନ୍ୟବାଦ ଦେବା ସହ ଛାତ୍ର ଛାତ୍ରୀଙ୍କ ସହିତ ମିଶି ଏହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଓ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭିତରେ ନୂଆ ଉତ୍ସାହ ସୃଷ୍ଟି କରିବାରେ ସହାୟକ ହେଉଛି। ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଆଦିବାସୀ ଲୋକନୃତ୍ୟ ଓ ବିଭିନ୍ନ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମରେ ପରିବେଶ ଉତ୍ସବମୁଖର ହୋଇ ଉଠିଥିଲା। ସାଥୀ ଛାତ୍ରଛାତ୍ରୀ ଓ ଅତିଥିମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜନଜାତି ଛାତ୍ରଛାତ୍ରୀମାନଙ୍କ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ବିଷୟରେ କର୍ମଶାଳା, ବିଜ୍ଞାନ ମେଳା ଆୟୋଜନ କରାଯାଇଥିଲା। ତା’ ଭିତରେ ଲୋକକଳା, ନୃତ୍ୟ, ଷ୍ଟୋରି ଟେଲିଂ, କାର୍ଟୁନ, ୱାର୍ଡ ପଜଲ, ମ୍ୟାଥ୍ ଗେମ୍, ମ୍ୟାଜିକ୍ ସୋ’ ସହିତ ଅଦରକାରୀ ଜିନିଷରୁ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତି ଆଦି କର୍ମଶାଳା ରହିଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ କୌଶଳ ଶିଖିଥିଲେ ଓ ସାମଗ୍ରୀ ତିଆରି କରି ପ୍ରଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାରିପଦା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ପ୍ରଣୟ ରଞ୍ଜନ ବେହେରା, ରାଇରଙ୍ଗପୁର ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ପରୀକ୍ଷିତ ଦାଶ, କପ୍ତିପଦା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରି ଏବଂ କରଞ୍ଜିଆ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ ପ୍ରମୁଖ ଯୋଗ ଦେଇଥିବା ବେଳେ ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ଦାଶ ସଂଚାଳନ କରିଥିଲେ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଉପ ବିଭାଗର ସହଯୋଗରେ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଆୟୋଜନ କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ