ମୟୁରଭଞ୍ଜ ଡାକ ମଣ୍ଡଳର ୫୩ତମ ପ୍ରତିଷ୍ଠା ଦିବସ

Dec 26, 2024 - 16:36
 0  31
ମୟୁରଭଞ୍ଜ ଡାକ ମଣ୍ଡଳର ୫୩ତମ ପ୍ରତିଷ୍ଠା ଦିବସ

ବାରିପଦା - ତା:- ୨୫/୧୨/୨୦୨୪ ରିଖ ମୟୁରଭଞ୍ଜ ଡାକ ମଣ୍ଡଳର ୫୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସହିଦ ସ୍ମୃତି ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ପ୍ରତିଷ୍ଠା ଦିବସରେ ମୟୁରଭଞ୍ଜ ଜ଼ିଲ୍ଲାପାଳ ହେମକାନ୍ତ ସଏ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡାକ ବିଭାଗରେ ହେଉଥିବା ବିଭିନ୍ନ ସଂଚୟ ଯୋଜନା ସହ ସମାଜରେ ଏହି ସୁବିଧାରୁ ବଞ୍ଚିତ ଥିବା ଲୋକଙ୍କୁ ସାମିଲ କରିବାକୁ ଡାକ ବିଭାଗକୁ ପରାମର୍ଶ ଦେବାସହ ଜ଼ିଲ୍ଲା ପ୍ରଶାସନ ଏହି କାର୍ଯ୍ୟରେ ସବୁପ୍ରକାର ସହଯୋଗ କରିବା କଥା କହିଥିଲେ l ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ ଡାକ ବିଭାଗର ବିଶ୍ୱାସନୀୟତା ତଥା ଡିଜିଟାଲ ଯୁଗରେ ନୂଆ ନୂଆ ଟେକ୍ନୋଲୋଜିରେ ହେଇଥିବା ସାଇବର ଅପରାଧକୁ କିପରି ରୋକି ହେବ ସେଇ ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ମହାରାଜା ପୂର୍ଣଚନ୍ଦ୍ର ସ୍ଵଂୟ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ଝରଣା ବେହେରା ଡାକ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିବା ସହ ଦୁର୍ଗମ ସ୍ଥାନରେ ବସବାସ କରିଥିବା ଲୋକମାନଙ୍କର ଆଜି ମଧ୍ୟ ଡାକ ବିଭାଗ ଏକ ମାତ୍ର ସରକାରୀ ସଂସ୍ଥା ଯୋଉଠି ସେମାନେ ସମସ୍ତ ପ୍ରକାରର ସୁବିଧା ପାଇପାରୁଛନ୍ତି l ଡାକ ବିଭାଗର ଅବସରପ୍ରାପ୍ତ ସତର୍କତା ଅଧିକାରୀ ଭଗବାନ ସାମଲ ଅନ୍ୟତମ ସମ୍ମାନିତ ଅତିଥି ହୋଇ ଯୋଗଦାନ କରିଥିଲେ l ଏହି ସଭାକାର୍ଯ୍ୟକୁ ପୌରାହିତ କରୁଥିବା ମୟୁରଭଞ୍ଜ ଡାକ ମଣ୍ଡଳ ଅଧିକ୍ଷକ ବସନ୍ତ କୁମାର ସିଂହ ତାଙ୍କ ସଭାପତି ଅଭିଭାଷଣରେ ମୟୁରଭଞ୍ଜ ଡାକ ମଣ୍ଡଳ ଗତ ବର୍ଷରେ କିପରି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ତାହା ଉଲ୍ଲେଖ କରିଥିଲେ l ମୟୁରଭଞ୍ଜ ଡାକ ମଣ୍ଡଳ ଗୋଟାଏ ଦିନରେ ଥରେ ଏଗାର ହଜାର ଓ ଆଉଥରେ ୧୫୬୬୧ ଖଣ୍ଡ ମହିଳା ସମ୍ମାନ ସଂଚୟ ଜମା ଖାତା ଖୋଲିବାରେ ରେକର୍ଡ କରିଥିବା ସହ ଜାତୀୟ ସତର୍କତା ସପ୍ତାହ ରେ ପ୍ରସ୍ତୁତ ଦାସକାଠିଆ ଓ ଆଦିବାସୀ ସଂଗୀତ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା କଥା କହିଥିଲେ l ଆଗାମୀ ଦିନରେ ଜ଼ିଲ୍ଲା ପ୍ରଶାସନର ସହାୟତାରେ ଅଧିକ ସଂଖ୍ୟକ ମହିଳାଙ୍କୁ ଆର୍ଥିକ ଆନ୍ତର୍ଭୁକ୍ତିକରଣ କରି ମହିଳା ସଶକ୍ତିକରଣ କରିବାର ଲକ୍ଷ୍ୟ ନେଇ ମୟୁରଭଞ୍ଜ ଡାକ ମଣ୍ଡଳ କାର୍ଯ୍ୟ କରିବ ବୋଲି କହିଥିଲେ l ଅତିଥିବୃନ୍ଦ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଡାକ କର୍ମଚାରୀ ଏବଂ ଡାକ ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ l ଡାକ ବିଭାଗର କର୍ମଚାରୀ ଓ ତାଙ୍କ ସନ୍ତାନ ମାନଙ୍କ ଦ୍ୱାରା ସୁନ୍ଦର ନାଚ ଗୀତ ଓ ନାଟକ ପ୍ରଦର୍ଶିତ ହୋଇଥିଲା l ଶେଷରେ ଡାକ ସହ ଅଧିକ୍ଷକ ପ୍ରଣବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ