।। ମୁନିଗୁଡ଼ା ମମ୍ସ କେଫ ଦୋକାନ ସାମନାରେ ଥିବା ସନ୍ଦିଗ୍ଧ କାରରୁ ଗଞ୍ଜେଇ ଜବତ,ଦୁଇ ଗିରଫ ।।

Jul 9, 2024 - 17:06
 0  14
।। ମୁନିଗୁଡ଼ା ମମ୍ସ କେଫ ଦୋକାନ ସାମନାରେ ଥିବା ସନ୍ଦିଗ୍ଧ କାରରୁ ଗଞ୍ଜେଇ ଜବତ,ଦୁଇ ଗିରଫ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା:ତା ୯-୭ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ମୁଖ୍ୟ ବଜାର ମଧ୍ୟରେ ଥିବା ମମ୍ସ କେଫ୍ ଦୋକାନ ଆଗରେ ଦୀର୍ଘ ସମୟ ଧରି ଥିବା ଏକ କଳା ରଙ୍ଗର ହୋଣ୍ଡା ସିଟି କାର (ଡି ଏଲ୍ ୪ଏଏଚ-୮୪୩୧)କୁ ସନ୍ଦେହରେ ତନଖି କରିବା ପରେ ତା ମଧ୍ୟରୁ ୮୦କେଜି ଗଞ୍ଜେଇ (୪ଟିବସ୍ତା) ପୋଲିସ ଦ୍ବାରା ଜବତ ହୋଇଛି।ଯାହାର ଆନୁମାନିକ ବଜାର ମୂଲ୍ୟ ଆଠ ଲକ୍ଷ ଟଙ୍କା ବୋଲି ଜଣାଯାଏ।ଗଞ୍ଜେଇ ଜବତ ସମୟରେ ବଡ଼ ନାଟକୀୟ ଢଙ୍ଗରେ ଦୁଇ ଆନ୍ତରାଜ୍ୟ କୁଖ୍ୟାତ ଗଞ୍ଜେଇ ମାଫିଆକୁ ଧରିବାରେ ମୁନିଗୁଡ଼ା ପୋଲିସ ସଫଳ ହୋଇଛି।ସୂଚନା ଅନୁଯାୟୀ ମୁନିଗୁଡ଼ା ଥାନା ଆଇଆଇସି ସୌଦାମିନୀ ବେହେରା ବିଶେଷ ସୂତ୍ରରୁ ଖବର ପାଇଥିଲେଯେ ଏକ କଳା ରଙ୍ଗର କାର ଦୀର୍ଘ ସମୟ ହେଲା ମୁନିଗୁଡ଼ା ବଜାର ମମ୍ସ କେଫ୍ ଦୋକାନ ସାମନାରେ ଠିଆ ହୋଇ ରହିଛି।ମୁନିଗୁଡ଼ା ବଡ଼ଦାଣ୍ଡ ଥିବା କାରଣରୁ ଲୋକ ଗହଳି ଥାଏ।ଏଣୁ ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏସ ଆଇ ମନୋରଞ୍ଜନ ବିଶ୍ୱାଳଙ୍କ ସହ ଏକ ଟିମ ସାଦା ପୋଷାକରେ ଗାଡ଼ି ନିକଟ ବଜାରରେ ରହି ଗାଡ଼ି ଚାଳକ ଓ ଅନ୍ୟମାନଙ୍କୁ ଅପେକ୍ଷା କଲେ।କିଛି ସମୟ ଗଲାପରେ ଜୋର ଦାର୍ ବର୍ଷା ପଡୁଥିବା ବେଳେ ଦୁଇଜଣ ଯୁବକ ମେନ୍ ମାର୍କେଟ ଭିତର ରାସ୍ତାରୁ ଆସି ଗାଡ଼ି ଡୋର ଖୋଲିଲା ସମୟରେ ପୋଲିସ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା।ହେଲେ ଦୁଇ ଯୁବକ ତିକ୍ଷଣ୍ ଗତିରେ ପୋଲିସ କବଳରୁ ନିଜକୁ ମୁକ୍ତି କରି ଦୌଡ଼ିବାକୁ ଲାଗିଲେ।ଭିଡ ଭିତରେ ସେମାନଙ୍କୁ ଧରିବା କଷ୍ଟ ସାଧ୍ୟ ଥିଲା।ଏଣୁ ସାହି ଯୁବକ ମାନଙ୍କୁ ସାହାଯ୍ୟ କରିବାକୁ ପୋଲିସ କହିବାରୁ ଯୁବକମାନେ ପୋଲିସ ସହ ମିଶି ଦୁଇ ଯୁବକକୁ ବହୁ ଛକା ପଞ୍ଝା ପରେ କାବୁ କରିଥିଲେ।ଦୁଇ ଯୁବକ ହେଲେ କେରଳ ରାଜ୍ୟ ମାଲ୍ଲା କୁରମ ଜିଲ୍ଲାର ବାସିନ୍ଦା ମହମ୍ମଦ ଫେଇଜ (୨୫) ଅନ୍ୟଜଣେ ହେଲେ ମହମ୍ମଦ ସାହିଲେ କେକେ(୩୧)।ଗିରଫ ଓ ଗଞ୍ଜେଇ ଜବତ ସମୟରେ ଏକ୍ଯ୍ୟୁଟିବ ମାଜିଷ୍ଟେଟ ଦାୟିତ୍ୱରେ ଥିବା ମୁନିଗୁଡ଼ା ବିଡ଼ିଓ ପ୍ରିତମ କୁମାର ତନ୍ତୀ ଓ ଦୁଇ ଜଣ ସାକ୍ଷୀ ଉପସ୍ଥିତ ଥିଲେ।ଦୁଇଜଣ ଆନ୍ତଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଥାନାକୁ ଆଣି ପଚରା ଉଚରା ପରେ ସେମାନେ ଏହି ଗଞ୍ଜେଇ ବାଲିଗୁଡା ଥାନା ନିକଟସ୍ଥ ଗାଆଁ ନିବାସୀ ବିଶ୍ଵନାଥ ପୂଜାରୀଙ୍କ ଠାରୁ ଆଣିଥିବା ପ୍ରକାଶ କରିଥିଲେ।ଆଜି ସକାଳୁ ମୁନିଗୁଡ଼ା ଆଇଆଇସି ସୌଦାମିନୀ ବେହେରା ବାଲିଗୁଡା ଯାଇ ସେଠାରୁ ବିଶ୍ଵନାଥ ପୂଜାରୀଙ୍କୁ ମୁନିଗୁଡ଼ା ଆଣି ଜେରା କରିଥିଲେ।ମୁନିଗୁଡ଼ା ପୋଲିସ ଆଜି ଅପରାହ୍ନରେ ଏହି ତିନିଜଣ ଗଞ୍ଜେଇ ଚାଲାଣ କାରୀ ମାନଙ୍କ ବିରୁଦ୍ଧରେ କେଶ ନଂ ୧୪୯/୨୪ରେ ମାମଲା ରୂଜୁକରି ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି।ଏହି ଆନ୍ତ ରାଜ୍ୟ ଗଞ୍ଜେଇ ମାଫିଆ ମାନଙ୍କୁ ଗିରଫ କରିବା ସମୟରେ ଏସ ଆଇ ମନୋରଞ୍ଜନ ବିଶ୍ୱାଳ,ଜୟଚନ୍ଦ୍ର ସାହୁ,କନେଷ୍ଟବଳ ହଂଶରାଜ ପୂଜାରୀ,ଓଏପିଏଫ୍ ଧନପତି କୁମ୍ବୁରିକା,ବଳରାମ ବଲିକା ଓ ପ୍ଲାଟୁନ କମାଣ୍ଡର ହୋମ ଗାର୍ଡ ଟୁଲୁ ପାଢ଼ୀ ପ୍ରମୁଖ ସହାୟତା କରିଥିଲେ।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ