।। ମୁନିଗୁଡ଼ା ଠାରେ ଦୁଲୁକିଲା ରଙ୍ଗର ପର୍ବ ହୋଲି ।।

Mar 27, 2024 - 11:19
 0  38
।। ମୁନିଗୁଡ଼ା ଠାରେ ଦୁଲୁକିଲା ରଙ୍ଗର ପର୍ବ ହୋଲି ।।

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ ଠାରେ ଦୁଲୁକିଲା ରଙ୍ଗର ପର୍ବ ହୋଲି। ପରମ୍ପରା କୁ ନେଇ ଭାଇଚାରା ହୋଲି ଆଜି ମୁନିଗୁଡା ନୃତନ ବସଷ୍ଟାଣ୍ଡ ଠାରୁ ବାହାରି କୁଟ୍ରାଗଡ ପର୍ଯ୍ୟନ୍ତ ରଙ୍ଗର ହୋଲି ମଜା ମସ୍ତି କରି ହୋଲି ଖେଲାଯାଇଥିଲା। ସେହି ଭଲି ମୁନିଗୁଡ଼ା ଠାରେ ବିଭିନ୍ନ ଯାଗାରେ ହୋଲି ଖେଲୁଥିଵାର ଦୁଶ୍ୟ ଦେଖିବାକୁ ମିଳିଥିଲା। ହୋଲି ରେ ମଜ ମସ୍ତି କୁ ନେଇ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ, ଗଣେଶର ରାଓ, ପ୍ରସାଦ ସାହୁକାର, ସଂସ୍କୃତ ମହା ବିଦ୍ୟାଳୟ ପ୍ରିନ୍ସିପାଲ ସଞ୍ଜୟ ପତି, ବରିଷ୍ଠ ସାମ୍ବାଦିକ ଗଣେଶ୍ଵର ରାଓ,ସୁଶିଲ ସାହୁକାର,ଓ ସମସ୍ତ ସାଙ୍ଗ ସାଥି ଏକାଠି ହୋଇ ରଙ୍ଗୋଲି ହୋଲି ପର୍ବ ହୋଲି ଖେଲା ଯାଇଥିଲା। ସେହି ଭଲି ବରିଷ୍ଠ ପୂର୍ବ ତନ ବିଧାୟକ ଶ୍ରୀଯୁକ୍ତ ସାରଙ୍ଗଧର କାର୍ଡ଼ାକା, ଆଇନ୍ ଜୀବୀ,ପିଙ୍କୁ ଗୈଡ,ପଦ୍ମ ବେହେରା, ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ବରିଷ୍ଠ ରାଜନେତା ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡୃକା, ଟୁନା କରକରିଆ, ଭୀମ ବେହେରା, ମନୋଜ୍ ସାହୁ,ପ୍ରମୁଖ,ଉପସ୍ଥିତ ରହିଥିବା ବେଳେ ହୋଲି ପର୍ବ ଏକ ନ୍ୟାରା ଢ଼ଙ୍ଗରେ ପାରମ୍ପାରିକ ଭାବେ ଏହି ପର୍ବ କୁ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏଥିସହ ବିଭିନ୍ନ ପ୍ରକାର ହୋଲି ରଙ୍ଗ ଖେଲା ଯାଇଥିଲା।ତାହା ହେଉଛି ସୈନ୍ଦର୍ଯ୍ୟର ପ୍ରତୀକ ନାଲି,ନୀଳ, ହଳଦିଆ,ପଛା, ଖେଲୁଥିଵାର ଦେଖିବାକୁ ମିଳିଛି।ତଵେ ଗୋଳାପି ରଙ୍ଗର ପ୍ରେମର ପ୍ରତୀକ କମଳ ରଙ୍ଗର ତ୍ୟାଗ ର ପ୍ରତୀକ ହଳଦିଆ ରଙ୍ଗ ଜ୍ଞାନର ସଵାହାକର ପ୍ରତୀକ। ପ୍ରତ୍ୟେକ ମଣିଷ ଜୀବନରେ ରଙ୍ଗ ଵିନା ଜୀବନ ଜିଇଁଵା ମୂଲ୍ୟହୀନ କାରଣ ପ୍ରତ୍ୟେକ ଲୋକେଙ୍କ ସୁଖ, ଦୁଃଖ,ହସ,ଲୁହ ଜୀଵନ ଭିତରେ କିଛି ରଙ୍ଗ ସହିତ ନିଜ ଭିତରେ ଟିକେ ନିକେ ହଜିଯିଵା ପାଇଁ ଏ ରଙ୍ଗର ପର୍ବ ଆସିଥାଏ । ତେବେ ଫଗୁଣ ମାସର ଫଗୁ ଖେଲି ମଜା ଆସିଥାଏ ପରସ୍ପର କୁ ରଙ୍ଗ ଵୋଳା ଵୋଳି ହୋଇ ସ୍ନେହଭରା ଆଲିଙ୍ଗନ କରି ରାଗ ରୁଷା ଅଭିମାନକୁ ଭୁଲି ସମସ୍ତେ ପୁଣି ଏକାଠି ହୋଇ ଯେଉଁ ହୋଲି ଖେଳ ଖେଳନ୍ତି ଏଥିରେ ଭାଇଚାରା ଭାବେ ସୂଷ୍ଟି ହୋଇଥାଏ ।ରଙ୍ଗ ଜୀଵନରେ ପ୍ରତିମୂର୍ତ୍ତି ଵଦେଳେ ଏହେ ମଣିଷ ଏଟି ଫଗୁଣ ରଙ୍ଗକୁ ଅପେକ୍ଷା କରିଥାଏ। ସେହିଭଳି ମୁନିଗୁଡ଼ା ରେ ବିଭିନ୍ନ ଜାଗାରେ ଏବଂ ସରକାରୀ ବେସରକାରୀ ଓ ରାଜନୀତି ଏବଂ ପ୍ରତ୍ୟେକ ସାହି ଗଳି କନ୍ଦୀ ମଧ୍ୟରେ ରଙ୍ଗର ପର୍ବ ହୋଲି ଖେଲୁଥିଵାର ଦେଖିବାକୁ ମିଳିଛି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ