ମାଲ୍ୟବନ୍ତ ମହୋତ୍ସବ ନିମନ୍ତେ ସ୍ଥାନୀୟ ନୃତ୍ୟ ଦଳ ଚୟନ

Dec 5, 2025 - 19:31
 0  23
ମାଲ୍ୟବନ୍ତ ମହୋତ୍ସବ ନିମନ୍ତେ ସ୍ଥାନୀୟ ନୃତ୍ୟ ଦଳ ଚୟନ

ମାଲକାନଗିରି, ୫/୧୨/୨୫: ମାଲ୍ୟବନ୍ତ ମହୋତ୍ସବରେ ସ୍ଥାନୀୟ କଳାକାର ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିବେ। ଏଥି ନିମନ୍ତେ ଆଜି ସଂସ୍କୃତି ଭବନ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ନୃତ୍ୟ ଦଳ ଚୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମସ୍ତ କଳାକାରଙ୍କୁ ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରସ୍ତୁତି ରଖିବାକୁ ଅତିରିକ୍ତ ଜିଲ୍ଲାପାଳ ଉତ୍ସାହିତ କରିଥିଲେ। ଏହି ଚୟନ କାର୍ଯ୍ୟକ୍ରମ ରେ ବିଚାରକ ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଅବସରପ୍ରାପ୍ତ ତହସିଲଦାର ଶଶାଙ୍କ ମିଶ୍ର ଓ ମାଇକ୍ରୋବାୟଲୋଜିଷ୍ଟ ଡ଼ା ପ୍ରାଣବିକା ସିଂଘା ଉପସ୍ଥିତ ଥିଲେ। ବିନାଶ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏଥିରେ ୩୦ ରୁ ଅଧିକ ଦଳ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ଆୟୋଜନ କରିବାରେ ସଂସ୍କୃତି ବିଭାଗ କର୍ମଚାରୀ ଦେବାଶିଷ ବିଶ୍ଵାଳ, ସନ୍ତୋଷ ବିଶ୍ୱାସ ଓ ଦୂତିକୃଷ୍ଣ ପାଢ଼ୀ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ