।। ମାଠପଡ଼ା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଉଦ୍ଘାଟିତ ।।

Jun 3, 2023 - 11:50
 0  13
।। ମାଠପଡ଼ା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଉଦ୍ଘାଟିତ ।।

ବୈପାରିଗୁଡ଼ା ବ୍ଲକ୍ ମାଠପଡ଼ା ଗ୍ରାମ ପଞ୍ଚାୟତର ଡାଳଭଟା ଠାରେ ଧଳପୁର୍ ପ୍ରେମିୟର ଲିକ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଉଦ୍ଘାଟନ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନରେ ମୁଖ୍ୟ ଅତିଥି ଭାଭେ କୋରାପୁଟ କଂଗ୍ରେସ୍ ଦଳର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀ ପତି ଯୋଗଦେଇଥିବା ବେଳେ କୋରାପୁଟ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀ କୃଷ୍ଣ କୁଲଦିପ୍ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଖେଳ ପ୍ରେମୀ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଲୋକେ ସହଯୋଗ କରିଥିବା ଜଣା ପଡ଼ିଛି। ତେବେ ଏହି ଟୁର୍ଣ୍ଣାମେଣ୍ଟର ଉଇନର୍ ଟିମ୍ ପାଇଁ କୋଡ଼ିଏ ହଜାର ଟଙ୍କା ରହିଥିବାବେଳେ ରନର୍ ଟିମ୍ ପାଇଁ ପନ୍ଦର ହଜାର ଟଙ୍କା ପ୍ରାଇଜ୍ ରହିଥିବା ପ୍ରକାଶ ପାଇଛି । ତେବେ ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ସରପଞ୍ଚ ଗଙ୍ଗାଧର ମସିଆ , କଂଗ୍ରେସ୍ ମହିଳା ସଭାନେତ୍ରୀ ନଳିନି ମହାନ୍ତି , ବୈପାରିଗୁଡ଼ା କଂଗ୍ରେସ୍ ବ୍ଲକ୍ ସଭାପତି ଗୌରଚନ୍ଦ୍ର ପାତ୍ର , ସାଂସଦ ପ୍ରତିନିଧି ପି ରମେଶ ପାତ୍ର , କୃଷକ ମୋର୍ଚ୍ଚା ସଭାପତି ଧନେଶ୍ଵର ମାଝି ,ଜିଲ୍ଲା ଯୁବ ଉପ ସଭାପତି ଘାସିନାଗ୍ ,କାର୍ତ୍ତିକ ହାଁନ୍ତାଲ୍ , ବାଲିଗାଁ ପଞ୍ଚାୟତ ସଭାପତି ଅସୁଧ ବାରିକ୍ ପ୍ରମୁଖ ଯୋଗଦେଇ ଦେଇଥିଲେ।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ