ମହୁଲଭଟା ଉ. ପ୍ରା. ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳନ

Feb 28, 2025 - 19:31
 0  10
ମହୁଲଭଟା ଉ. ପ୍ରା. ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳନ

ନୂଆପଡ଼ା : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହୁଲଭଟା ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିରୁପମା ସୂପକାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ସଦର ସିଆରସିସି ଜୀତେନ୍ଦ୍ର କୁମାର ଖମାରୀ, ଏସଏମସି ସଭାପତି ପବନ ରଣା, ଉପସଭାପତି ଶ୍ରୀମତୀ ପାର୍ବତୀ ରଣା, କାଉନସିଲର ଗିରିଧାରୀ ରଣା ଯୋଗଦାନ କରିଥିଲେ। ବରିଷ୍ଠ ଶିକ୍ଷକ ଅମିଲାଲ ଶବର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ସଙ୍ଗୀତ ବେଉରା ବିବରଣୀ ପଠନ କରିଥିଲେ। କୃତି ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଗଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ , ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ