ମହାସମୁନ୍ଦ ଡାଇଟ ର ନୂଆପଡ଼ା ଡାଇଟ ପରିଦର୍ଶନ

Jan 10, 2025 - 19:01
 0  7
ମହାସମୁନ୍ଦ ଡାଇଟ ର ନୂଆପଡ଼ା ଡାଇଟ ପରିଦର୍ଶନ

ପଡ଼ୋଶୀ ରାଜ୍ୟ ଛତିଶଗଡ ମହାସମୁନ୍ଦ ଡାଇଟର ଗୁରୁ ଛାତ୍ର ଛାତ୍ରୀ ଓ ସମସ୍ତ ପ୍ରଧ୍ୟାପକ ନୂଆପଡ଼ା ଡାଇଟ୍ କୁ ପରିଭ୍ରମଣରେ ଆସି ପ୍ରଶିକ୍ଷଣ ବିଦ୍ୟାଳୟର ଭିତ୍ତିଭୂମି ଓ ଶୈଖିକ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷଣ କରିଥିଲେ। ଶୈକ୍ଷିକ ଭ୍ରମଣ କାର୍ଯ୍ୟକ୍ରମରେ ଡାଇଟ ମହାସମୁନ୍ଦ ର ପ୍ରିନ୍ସିପଲ୍ ଶ୍ରୀମତୀ ମୀନା ପାଣିଗ୍ରାହୀ ଏବଂ ଡେପୁଟି ପ୍ରାଧ୍ୟାପକ ଅରୁଣ ପ୍ରଧାନ ଶୈଖିକ ଭ୍ରମଣ ଓ ପର୍ଯ୍ୟବେକ୍ଷଣ ଦ୍ଵାରା ନୂତନ ଜିନିଷର ଅନୁଧ୍ୟାନ ତଥା ଶିକ୍ଷା କ୍ଷେତ୍ରର ବିଭିନ୍ନ ନୀତିନିୟମ ଓ ସଂସ୍କାର ଏବଂ ସଂସ୍କୃତି, ଭାଷା ଓ ଭାବର ଆଦାନ ପ୍ରଦାନ ସଂଘଟିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଡାଇଟ୍ ନୂଆପଡ଼ା ପ୍ରିନସିପଲ୍ ଶ୍ରୀ ନରୋତ୍ତମ ଭୋଇ ଓ ସମସ୍ତ ପ୍ରଧ୍ୟାପକ ସମସ୍ତ ପରିଭ୍ରମଣକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଉଚ୍ଚ ପ୍ରଶଂସା କରିଥିଲେ। ସ୍ୱାଗତ ବୈଠକରେ ଉଭୟ ଜିଲ୍ଲା ଓ ରାଜ୍ୟର ଶୈଖିକ ଅଭିବୃଦ୍ଧି ଓ ଶୈଖିକ୍ ଯୋଜନାର ସଫଳ ରୂପାୟନ ବିଷୟରେ ବିଚାର ବିମର୍ଷ ଓ ଆଲୋଚନା କରିଥିଲେ। ଡାଇଟ ମହାସମୁନ୍ଦ ସାଂସ୍କୃତିକ ଏବଂ ସାହିତ୍ୟ ପ୍ରଭାରୀ ଟେକରାମ ସେନ ହିନ୍ଦୀ ଓ ଓଡ଼ିଆ ଭାଷାରେ ଆକର୍ଷଣୀୟ ଭାବରେ ପରିଚୟ ପ୍ରଦାନ କରିଥିଲେ। ପ୍ରଧ୍ୟାପିକା ପ୍ରଧ୍ୟାପକଗଣ ରୀନା ବାଗ, ବିକ୍ରମାଦିତ୍ୟ ସିଂ ବରିହା, ଶଙ୍କର ସାହୁ, ବବିତା ଶବର , ଅନିତା ଶବର, ଗୁରୁ ଛାତ୍ର ହେମନ୍ତ ମାଝି ନିଜ ନିଜର ବିଚାର ଉପସ୍ଥାପନା କରିଥିଲେ। ପ୍ରଶିକ୍ଷଣ କେନ୍ଦ୍ରର ବିଭିନ୍ନ ବିଭାଗର କାର୍ଯ୍ୟକାରିତା, ଶୈଖିକ ଓ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ପ୍ରଧ୍ୟାପକ ଶ୍ରୀଯୁକ୍ତ ବିକ୍ରାମାଦିତ୍ୟ ସିଂ ବରିହା ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ