।। ମର୍ଦିଗୁଡା ବିଦ୍ୟାଳୟ ବିଭିନ୍ନ ସମସ୍ୟା ଭିତରେ ଚାଲିଛି ପାଠପଢା ।।

କଳାହାଣ୍ଡି:-29/0୮/24 (ଫାଷ୍ଟ ନ୍ୟୁଜ ଓଡ଼ିଶା) ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ମର୍ଦ୍ଧିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଘେରରେ ଚାଲିଛି ପାଠପଢ଼ା l ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରେ 172 ଜଣ ଛାତ୍ରଛାତ୍ରୀ ଏଠି ପାଠ ପଢୁଛନ୍ତି । ଏଠି ନୂତନ ନିର୍ମାଣାଧୀନ କୋଠା ସହ ମୋଟ ୭ ଟି ଶ୍ରେଣୀ ଗୃହ ଅଛି । ହେଲେ ଦୁଇଟି ଶ୍ରେଣୀ ଗୃହ ବହୁତ ଖରାପ ଥିବାବେଳେ ପ୍ରାୟ ସମସ୍ତ ଗୃହ ମାନଙ୍କରେ ପାଣି ଝରୁଥିବା ଅଭିଯୋଗ ହୋଇଛି । ବର୍ଷା ହେଲେ ପାଠ ପଢା ବାଧାପ୍ରାପ୍ତ ହେଉଅଛି । ନୂତନ ଶ୍ରେଣୀ ଗୃହ କାମ ସମ୍ପୂର୍ଣ ହୋଇ ନ ଥିବା ଫଳରେ ବାଧ୍ୟ ହୋଇ ବିପଦ ସଂକୁଳ ଗୃହ ରେ ପାଠପଢ଼ା ଚାଲିଛି । ପାଚେରୀ ଅସମ୍ପୂର୍ଣ ଥିବାରୁ ଗାଈଗରୁ ବିଦ୍ୟାଳୟ ରେ ପସି ଗଛ ଲତା ଖାଇ ନଷ୍ଟ କରୁ ଥିବା ମଧ୍ୟ ଅଭିଯୋଗ ହୋଇଛି l ଏହାର ସମାଧାନ ପାଇଁ ପ୍ରଶାସନକୁ ଜଣାଇବା ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ । ଏହି ସମସ୍ୟା ର ଶୀଘ୍ର ସମାଧାନ ପାଇଁ ଗ୍ରାମ ବାସୀ ଦାବୀ କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






