।। ମନ୍ତ୍ରୀଙ୍କୁ ଭେଟିଲା ଆଦିବାସୀ ସଂଘ ।।

Jun 19, 2024 - 15:47
 0  17
।। ମନ୍ତ୍ରୀଙ୍କୁ ଭେଟିଲା ଆଦିବାସୀ ସଂଘ ।।

ନୁଆପଡ଼ା: ନୂଆପଡା ଜିଲ୍ଲାର ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଳା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ସଂଘର ନୂଆପଡ଼ା ବ୍ଲକ ସଭାପତି ଭକ୍ତବନ୍ଧୁ ଧରୁଆ, କୋମନା ବ୍ଲକ ସଭାପତି ଜ୍ଞାନେଶ୍ବର ମାଝି ଓ ଯମୁନା ଧରୁଆ ଭୁବନେଶ୍ଵର ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା, ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଆଲୋଚନା କରିଥିଲେ। ନୁଆପଡ଼ା ଜିଲ୍ଲାରେ ବାବୁ ରାଜର ଅନ୍ତ ଘଟାଇ ଘଟାଇବା,ଜଳ, ଜଙ୍ଗଲ, ଜମି ଅଧିକାର ପଟ୍ଟା ପ୍ରଦାନ, ଆଦିବାସୀଙ୍କ ଜମିକୁ ଅଣଆଦିବାସୀ କିଣି ଭୂମିହୀନ କରୁଥିବା, ଆଦିବାସୀ ବସବାସ କରୁଥିବା ଅଞ୍ଚଳରେ ବିଜୁଳି, ପାନୀୟ ଜଳ, ରାସ୍ତା, ଆଶ୍ରମ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ, ଶିକ୍ଷିତ ବେକାରୀ ଯୁବତୀଯୁବକଙ୍କୁ ସ୍ଥାୟୀ ସରକାରୀ ଚାକିରି ଇତ୍ୟାଦି ସମସ୍ୟା ଉପରେ ମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଆଲୋଚନା କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ