ମନରେଗା କାମରେ ଦୁର୍ନୀତି ଅଭିଯୋଗ ନେଇ ଗାଁ ସାଥୀଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ ବିଡ଼ିଓ ଙ୍କ ପାଖରେ ଦ୍ଵାରସ୍ଥ ହେଲେ ଗ୍ରାମ ବାସୀ

Jan 6, 2024 - 12:17
 0  11
ମନରେଗା କାମରେ ଦୁର୍ନୀତି ଅଭିଯୋଗ ନେଇ ଗାଁ ସାଥୀଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ ବିଡ଼ିଓ ଙ୍କ ପାଖରେ ଦ୍ଵାରସ୍ଥ ହେଲେ ଗ୍ରାମ ବାସୀ

ଥୁଆମୂଳ ରାମପୁର ବ୍ଳକ ମାଳିଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ବଣ୍ଡା ବାଗ ଗାଁଠାରେ ଆଇଡିଡିଏ ଏବଂ ପଞ୍ଚାୟତ ଦ୍ଵାରା କରାଯାଉଥିବା ମନରେଗା ଯୋଜନାର କାମ ଗୁଡ଼ିକରେ ମହାଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମ ବାସୀ। ମିଥ୍ୟା ବିଲ୍ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଉଥିବା ସହିତ ଶ୍ରମିକ ମାନଙ୍କୁ ମଜୁରୀ ଦେବାରେ ବିଳମ୍ବ କରା ଯାଉ ଥିବା ଓ କାମ କରୁନଥିବା ବ୍ୟକ୍ତ ଙ୍କ ଏକାଉଣ୍ଟ୍ ରେ ଟଙ୍କା ଜମାହେଉ ଥିବା ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ ନେଇ ଗ୍ରାମ ବାସୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଦ୍ବାରସ୍ଥ ହେଇଛନ୍ତି। ଏହି ଗାଁର ଲାବନ୍ୟ ବତୀ ହରିଜନ ନାଏକ ବ୍ୟକ୍ତି ଜଣକ ଗାଁସାଥି ଭାବରେ ଏଠାରେ କାର୍ଯ୍ୟ କରି ଆସୁଛନ୍ତି ଲୋକଙ୍କୁ ସେବା ଯୋଗାଇ ଦେବା ବଦଳରେ କିଛି ସରକାରୀ କର୍ମଚାରୀ, ଲୋକପ୍ରତିଧି, ଓ ଠିକାଦାର ମାନଙ୍କ ସହିତ ମିଶି ସରକାର ଙ୍କ ଅନୁଦାନ ରାଶିକୁ ହଡ଼ପ କରୁଛନ୍ତି ବୋଲି ଲୋକେ ଲିଖିତ ଆକାରରେ ଆଜି ବିଡିଓ ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଏହି ଗାଁସାଥୀକୁ ପଦବୀ ରୁ ବହିସ୍କାର କରିବା ପାଇଁ ଦାବି ହେଉଛି ଘୋଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ସାଧାରଣରେ ଦାବି ହେଉଛି ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ