ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ ସ୍ମରଣିକା କମିଟି: କବିତା ପାଠଉତ୍ସବ ଓ ପ୍ରବନ୍ଧ ଆଲୋଚନାର ପ୍ରସ୍ତୁତି ବୈଠକ

Nov 14, 2024 - 17:33
 0  49
ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ ସ୍ମରଣିକା କମିଟି: କବିତା ପାଠଉତ୍ସବ ଓ ପ୍ରବନ୍ଧ ଆଲୋଚନାର ପ୍ରସ୍ତୁତି ବୈଠକ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୧୩.୧୧.୨୦୨୪: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ସ୍ମରଣିକା ଓ କବିତା ପାଠୋତ୍ସବର ଅଧ୍ୟକ୍ଷ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ ଉପାଧ୍ୟକ୍ଷ ମୁନା ତ୍ରିପାଠୀ ବୈଠକ ପରିଚାଳନା କରିବା ସଙ୍ଗେ ସଙ୍ଗେ ଏଜେଣ୍ଡା ଅନୁଯାୟୀ ବିଭିନ୍ନ ପ୍ରସ୍ତାବ ଗ୍ରହଣ ରେ ସହଯୋଗ କରିଥିଲେ ! ପ୍ରସ୍ତାବ ଗ୍ରହଣ ଅନୁଯାୟୀ ଆସନ୍ତା ୦୧.୧୨.୨୦୨୪ ତାରିଖ ରେ ଦୁଇଟି ସ୍ଥାନରେ ନବରଙ୍ଗପୂର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଏବଂ ଉମରକୋଟ ବ୍ଲକ ସମ୍ମିଳନୀ ଗୃହରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ! ଆଗ୍ରହୀ କବି ନିଜ ନିଜର କବିତା ଆସନ୍ତା ୨୫.୧୧.୨୦୨୪ ସୁଦ୍ଧା ପ୍ରେରଣ କରିବେ ! ସେଭଳି ସ୍ମରଣିକା ପାଇଁ ନିଜର ପ୍ରବନ୍ଧ ,ଗବେଷଣା ଆସନ୍ତା ୨୫.୧୧.୨୦୨୪ ସୁଦ୍ଧା ପ୍ରେରଣ କରିବେ ! ସ୍ମରଣିକା ପାଇଁ ନିଜର ଲେଖନୀ ରେ କୌଣସି ଜାତି,ଧର୍ମ, ବର୍ଣ୍ଣ ସମ୍ପ୍ରଦାୟ ପ୍ରତି ଆକ୍ଷେପ, ବିଦ୍ୱେଷ ରହିବ ନାହିଁ ଏବଂ ପ୍ରବନ୍ଧ ନବରଙ୍ଗପୁର ଜିଲ୍ଲାର ଐତିହ୍ୟ,ସଂସ୍କୃତି,ପରମ୍ପରା,କଳା,ଉନ୍ନତି ସହ ସଫଳ କାହାଣୀକୁ ଗୁରୁତ୍ବ ଦିଆଯିବ ! ସମସ୍ତ ପ୍ରେରଣ କବିତା ଓ ପ୍ରବନ୍ଧ ନୀରିକ୍ଷଣ କମିଟି ଦ୍ବାରା ଯାଞ୍ଚ ହେବ ! ବୈଠକରେ ଡି ସି ଓ ଘାଷିଆ ହରିଜନ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା,ପି ଏ ,ଆଇ ଟି ଡି ଏ ରାଜୀବ ସାହୁଙ୍କ ସମେତ ବିଜୟ ଚୌଧୁରୀ, ବଲ୍ଲବ ରାଉତ,ଜେମାମଣି ବିଶୋଇ, ନାରାୟଣ ପଣ୍ଡା, ଦୁର୍ଗା ପାଢ଼ୀ, ପ୍ରଭାସିନୀ ମହାନ୍ତି,ରାମ ପ୍ରସାଦ ପାତ୍ର,ଆଶୁତୋଷ ପାତ୍ର,କିଶୋର ପଟ୍ଟନାୟକ ,ହେମଲତା ମାଝୀ,କେଦାର ପଟ୍ଟନାୟକ,ସଂଯୁଲତା ପଣ୍ଡା, ସ୍ୱର୍ଣଲତା ପଟ୍ଟନାୟକ, ଦୁର୍ଗା ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ