ମଇଁଷି ର ମୂଲ୍ୟ ୩୫କୋଟି

Feb 16, 2025 - 21:23
 0  6
ମଇଁଷି ର ମୂଲ୍ୟ ୩୫କୋଟି

ଭୁବନେଶ୍ୱର :(ପ୍ରଦୋଷ) ଚଳିତ ବର୍ଷ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁପଟନାୟକ ଖେଳ ପଡିଆ ଠାରେ ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ କାର୍ଯ୍ୟକ୍ରମ ରେ ବିଭିନ୍ନ ଶଙ୍କର ପ୍ରଜାତି ର କୁକୁଡ଼ା, ଛେଳି,ଗାଈ, ଧଳା ଘୁଷୁରୀ, ଏମୁ, ମାଛ, ଛୋଟ କୁଜ ଥିବା ଗାଈ ସହିତ ଆଧୁନିକ କୃଷି ଯନ୍ତ୍ର ପାତି ର ଷ୍ଟୋଲ ବସିଥିବା ବେଳେ ମୁଖ୍ୟ ଆକର୍ଶକ ଭାବେ ସ୍ଥାନ ପାଇଛି ରାଜସ୍ତାନ ରୁ ଆସିଥିବା ଏକ ବିଶାଳକାୟ ମୋଇଁଷି, ଯାହାକୁ ତାର ମାଲିକ ଏକ ସ୍ୱତନ୍ତ୍ର ଟ୍ରକ କୁ ବିଳାସପୁର୍ଣ କାର ରୂପେ ରୂପାନ୍ତର କରି ଭୁବନେଶ୍ୱର କୁ ଆଣିଛନ୍ତି l ଏହି ମୋଇଁଷିର ନାମ ଭୀମ ଓ ତାହାର ଓଜନ ୧୫୦୦କେଜି ଥିବା ବେଳେ ୧୦ଫୁଟ ଉଚ୍ଚତା ୧୩ଫୁଟ ଲମ୍ବା, କଳା ରଙ୍ଗ ଓ ତାହାର ବୟସ ୯ବର୍ଷ l ଏହି ମଇଁଷି ପାଖରେ ଲାଗିଛି ବିରାଟ କୁଲର, ଶୋଇବା ନିମନ୍ତେ ଗୋଦି, ମୁଣ୍ଡ ତଳେ ତକିଆ l ଭୀମ ସ୍ୱାସ୍ଥ୍ୟ ର ଯତ୍ନ ନିମନ୍ତେ ତାର ମାଲିକ ପ୍ରତିଦିନ ସକାଳ ସନ୍ଦ୍ୟା ୨ଘଣ୍ଟା ବ୍ୟୟାମ କରାଇବା ସହିତ ୧କେଜି କାଜୁ, ୧କେଜି ଘିଅ, ୨. ୫ ଲିଟର କ୍ଷୀର, ୨. ୫ କେଜି ଘାସ, ୧. ୮କେଜି ନଡା ଖାଇବାକୁ ଓ ଶରୀର ରେ ସୋରିଷ ତେଲ ର ମାଲିସ ମନ୍ଦ୍ୟ କରିଥାନ୍ତି l ଭୀମ ର ବଜାର ମୂଲ୍ୟ ୩୫କୋଟି ରହିଛି l ତେବେ ସମଗ୍ର ପ୍ରଦୋଷନୀ ରେ ଭୀମ ମୁଖ୍ୟ ଆକର୍ଶକ ସାଜିଛି ଦିନ ତମାମ ଭୀମ ପାଖରେ ଲୋକଙ୍କ ଭିଡ଼ ଲାଗି ରହୁଛି l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ