ଭେରାକଳା ଉପ୍ରା ବିଦ୍ୟାଳୟରେ ଖେଳଣା ତିଆରି କର୍ମଶାଳା ଅନୁଷ୍ଠିତ

Mar 5, 2025 - 04:56
 0  80
ଭେରାକଳା ଉପ୍ରା ବିଦ୍ୟାଳୟରେ ଖେଳଣା ତିଆରି କର୍ମଶାଳା ଅନୁଷ୍ଠିତ

ନୂଆପଡ଼ା ସଦର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭେରା କଳା ଠାରେ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପାଢ଼ୀ ଙ୍କ ସଭାପତିତ୍ବରେ ବିଦ୍ୟାଳୟ ସ୍ତରୀୟ ଖେଳଣା ତିଆରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଦର ସିଆରସିସି ଜୀତେନ୍ଦ୍ର କୁମାର ଖମାରୀ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ବିଦ୍ୟାଧର ମିଶ୍ର, ଗ୍ରାମର ବରିଷ୍ଠ ନାଗରିକ ତଥା ଭଦ୍ରବ୍ୟକ୍ତି ଶୋଭନ ଲାଲ ସାହୁ, ଭୁକୁରାମ ପଟେଲ, ମନୋହର ମାଝି, ଏସ୍ଏମସି ସଭାପତି କୁନ୍ତୀ ସାହୁ, ମୂର୍ତ୍ତିକାର ସ୍ବପ୍ନିଳ ୟାଦବ ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାଥମିକ ବିଭାଗରେ ୧୮ ଜଣ ଓ ଉଚ୍ଚ ପ୍ରାଥମିକ ବିଭାଗରେ ୧୫ ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ। ସିଆରସିସି ଖମାରୀ ଓ ସ୍ବପ୍ନିଳ ଯାଦବ ପର୍ଯ୍ୟବେକ୍ଷଣ କରି ଉଭୟ ବିଭାଗରୁ ତିନି ଜଣ ଲେଖାଏଁ ବିଦ୍ୟାର୍ଥୀଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଚୟନ କରିଥିଲେ। ଅତିଥି ମାନଙ୍କ ଦ୍ଵାରା କୃତି ବିଦ୍ୟାର୍ଥୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଗଲା। ପ୍ରଧାନ ଶିକ୍ଷୟିତ୍ରୀ ନମିତା ପାଢ଼ୀ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷୟିତ୍ରୀ କଳ୍ପନା ପଧାନ ଅଥିତି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଶିକ୍ଷକ ଘନଶ୍ୟାମ ଯାଦବ ମଞ୍ଚ ପରିଚାଲନା କରିଥିବା ବେଳେ ଶିକ୍ଷୟିତ୍ରୀ ଅଞ୍ଜଳି ସାହୁ ଓ ଉର୍ବଶୀ ଶବର ବିଶେଷ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସାଜିଦା ରହମାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ