ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ଦାରିଙ୍ଗବାଡି ୧୮/୦୨୬(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଆଜି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା I ଏହି ଶିବିର ଦାରିଙ୍ଗବାଡି ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରିତିରଞ୍ଜନ ରଥ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ତଥା ଡାକ୍ତର ନମୟ ଚରଣ ବିଶି, ଦେବ୍ ଜିତ୍ ଦାସ୍, ଦିଲୀପ କୁମାର ମେହେର, ଜୟଦିପ୍ କୁମାର୍ ଘୋସ୍, ସନ୍ଧିପ କୁମାର୍ ପ୍ରଧାନ, ମୁଖ୍ୟ ଚିକିତ୍ସକ ଭାବେ ଯୋଗ ଦେଇଥିଲେ I ଆଉ ଏମାନଙ୍କ ସହଯୋଗରେ ଦାରିଙ୍ଗବାଡି ବ୍ଲକ୍ ଅଫିସ୍ ରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ ରାମକୃଷ୍ଣ ବେହେରା, କନିଷ୍ଠ ସହାୟକ କ୍ଷିତିସ ପ୍ରିୟଦର୍ଶୀ ସାହୁ,APO କେଦାର ଚନ୍ଦ୍ର ପଣ୍ଡା,BSSO ସମ୍ୟରଞ୍ଜନ ସାହୁ,WEO ବିଶ୍ୱଜିତ୍, ଏବଂ ଉପଖଣ୍ଡ ସୁରକ୍ଷା ଅଧିକାରୀ ମମିତା କୁମାର୍ ପ୍ରଧାନ ଯୋଗ ଦେଇଥିଲେ I ଏହି ଶିବିରରେ ଯେଉଁମାନେ ଡାକ୍ତର ମାନଙ୍କୁ ନିଜର ସମସ୍ୟାକୁ ଅବଗତ କରିଥିଲେ ସେଥି ମଧ୍ୟରୁ ଅସ୍ଥି ଶଲ୍ୟ ୯୮ ଜଣ,ବାକ୍ ଶକ୍ତି ଓ ଶ୍ରବଣ ୩୩ଜଣ, ମସ୍ତିସ୍କ ରୋଗରେ ପୀଡିତ ୨୭ଜଣ, ଦୃଷ୍ଟି ବାଧିତ ୧୨ଜଣ, ରକ୍ତ ଶିକୁଳି ୧୫ଜଣ ବିଭିନ୍ନ ରୋଗାକ୍ରାନ୍ତ ଲୋକ ନିଜ ନିଜ ସମସ୍ୟାକୁ ନେଇ ପଞ୍ଜିକରଣ କରିଥିଲେ I
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0