।। ଭାରତ ମାଳା ରାସ୍ତା ନିର୍ମାଣ ପରେ ଚାଷୀହେବେ କି ଅସୁବିଧାରେ ସମ୍ମୁଖୀନ ।।

Jan 25, 2025 - 17:02
 0  459
।। ଭାରତ ମାଳା ରାସ୍ତା ନିର୍ମାଣ ପରେ ଚାଷୀହେବେ କି ଅସୁବିଧାରେ ସମ୍ମୁଖୀନ ।।

କୋରାପୁଟ ତା-୨୧/୦୧/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) କୋରାପୁଟ ଜିଲ୍ଲା, କୋରାପୁଟ ବ୍ଲକ ଅନ୍ତର୍ଗତ,ପଦ୍ମପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ୨୧ନଂ ୱାର୍ଡ ଚେରଙ୍ଗା ଗୁଡ଼ା ଗ୍ରାମ ଦେଇ ଭାରତ ମାଳା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଅଛି ।ଉକ୍ତ ଗ୍ରାମର କିଛି ଚାଷଙ୍କ ଜମି ଅଧିଗ୍ରହଣ କରି କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଚାଷୀ ମାନଙ୍କ ପାଇଁ ଅସୁବିଧାରେ ସମ୍ମୁଖିନ ହେବାକୁ ପଡ଼ିବ ବୋଲି ଚେରଙ୍ଗା ଗୁଡ଼ା ଗ୍ରାମର କିଛିଚାଷୀ ଅବିଯୋଗ କରିଛନ୍ତି ।କାରଣ ଆପଣ ମାନେ ଉକ୍ତ କାର୍ଯ୍ୟର ଦୃଶ୍ୟ ଦେଖି ବୁଝି ପାରୁଥିବେ ।ବ୍ରିଜ୍ ତଳେ ଥିବା ବିଲରେ ମାଠି ରାସ୍ତା ନିର୍ମାଣ କରାଯାଇ ତାର ଦୁଇ ପାର୍ଶ୍ଵରେ ବାରିକେଟ୍ କରାଯାଇଛି ଯଦ୍ୱାରା ବର୍ଷା ଋତୁରେ ଉପର ପଟରୁ ଆସିବା ବିଲର ପାଣି ଉପର ବିଲରେ ବନ୍ଦ ହେଇଯିବ ତ ଚାଷୀ କରିବେ କଣ? ।ଏହାକୁ ନେଇ ଚାଷୀ ଚିନ୍ତାରେ । ଉକ୍ତ ଗ୍ରାମର ଖଗପତି ଜାନୀ,ମହନ ଖରା, ବାହାଦୂର ମାଝୀ, ଡମ୍ବ ମାଝୀ,ଧନିଆ ନାୟକ ମାଳିଶ କୁଳଦୀପ, ରାଜେନ୍ଦ୍ର ଖରା,ମହନ ନାୟକ ସମେତ ଗ୍ରାମର ଲୋକମାନେ କୋରାପୁଟ ତହସିଲଦାର ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଫାଷ୍ଟ ନ୍ୟୁଜ ମାଧ୍ୟମରେ ଅନୁରଧ କରିଛନ୍ତି ଯେ ଉପର ପଟରୁ ତଳ ଜମିରେ ଯେମିତି ପାଣି ଯାଇ ପାରିବ ତାହାର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ।

ଚିଫ୍ ଏଡିଟୋର ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ