ଭବାନୀପାଟଣାରେ "ଅନ୍ତୋଦୟ ଗୃହ ଯୋଜନା"ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Mar 30, 2025 - 20:49
 0  28
ଭବାନୀପାଟଣାରେ "ଅନ୍ତୋଦୟ ଗୃହ ଯୋଜନା"ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଳାହାଣ୍ଡି, ୩୦।୩: ରବିବାର କଳାହାଣ୍ଡି ଜିଲା ଭବାନୀପାଟଣା କ୍ରୀଷ୍ଣାନଗର ପଡିଆଠାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଯୋଗ୍ୟ ହିତାଧୂକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ ୩ ବର୍ଷରେ ୭ ହଜାର ୫୫୦ କୋଟି ଟଙ୍କା,ଏ ବାବଦରେ ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷକରି କେଉଁମାନଙ୍କୁ ଏହି ଯୋଜନାରେ ଘର ମିଳିବ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତି ଏବଂ ଶହୀଦ ପରିବାରକୁ ଏହି ଯୋଜନାରେ ସାମିଲ କରି ଗୃହ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ରାଜ୍ୟର ୬୯ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ ଉପକୃତ ହେବଏବଂ ଏଥିପାଇଁ ଆସନ୍ତା ୩ ବର୍ଷରେ ୭୫୫୦ କୋଟି ଟଙ୍କା ବିନିଯୋଗ ହେବ। ଏହି ଯୋଜନାରେ କଳାହାଣ୍ଡି ଜିଲାର ୩୬୭୬ ହିତାକାରୀ ଉପକୃତ ହେବାର ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି । ଜିଲାର ବିଭିନ୍ନ ବ୍ଲକର କିଛି ହିତାଧିକାରୀଙ୍କ ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନା'ର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।ସେହିପରି ମୁଖ୍ୟମନ୍ତ୍ରୀ ୬ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପଞ୍ଚାୟତିରାଜ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ରାଜ୍ୟ ମନ୍ତ୍ରୀ ରବି ନାରାୟଣ ନାଏକ, ସଚିବ ଗିରିଶ ସତ୍ୟ ନାରାୟଣ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜିଲା ପରିଷଦ ଅଧ୍ଯକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲାପାଳ ପାୱାର ସଚିନ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ୬ ଶହ କୋଟି ଟଙ୍କାର ଊର୍ଦ୍ଧ୍ବ ପଞ୍ଚାୟତିରାଜ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ରାଜ୍ୟ ମନ୍ତ୍ରୀ ରବି ନାଏକ ତାଙ୍କ ଭାଷଣରେ କହିଥିଲେ, ଅନ୍ତୋଦୟ ଗୃହ ଯୋଜନାରେ ଯଦି କେହି ଅଧିକାରୀ ପାତର ଅନ୍ତର କରୁଥିବା ଅଭିଯୋଗ ଆସିଲେ, ତୁରନ୍ତ ସେହି ଅଧୂକାରୀଙ୍କୁ ନିଲମ୍ବିତ କରାଯିବ। ସେହିପରି ଚଳିତ ବର୍ଷ ଲୋକଙ୍କ ସୁବିଧା ପାଇଁ ୨୫ ହଜାର ନଳକୂପ ଖନନ କରାଯିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭରେ ସମସ୍ତଙ୍କୁ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇବା ସହ ଏ ମାଟି ହେଉଛି ମା' ମାଣିକେଶରୀ ମାଟି, ମା'ଙ୍କ ଛତର ଯାତ୍ରା, ବୀରବାଦ୍ୟ ଘୁମୁରା ଆଜି ବିଶ୍ବ ଦରବାରରେ ପରିଚିତ। ଏ ମାଟିର ବୀର ସହିଦ ରେଣ୍ଡୋ ମାଝୀ ଓ ଜଳ ପୁରୁଷ କାର୍ଜି ମାଝୀଙ୍କ ବଳିଦାନ ଅତୁଳନୀୟା ଧାନ ଉତ୍ପାଦନରେ ରାଜ୍ୟରେ କଳାହାଣ୍ଡି ଜିଲା ଦ୍ବିତୀୟ ଓ କପାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ପୂର୍ବ ସରକାରଙ୍କ ଅବହେଳା ଯୋଗୁ ଦାନ ମାଝୀ ଆମ୍ବୁଲାନ୍ସ ନ ପାଇ ନିଜ ସ୍ତ୍ରୀକୁ କାନ୍ଧରେ ବୋହିକି ନେଇଥିଲେ। ଆଉ ଜଣେ ଦାନ ମାଝୀ ଏପରି ଅବହେଳାର ସାମ୍ନାକୁ ନ ଆସନ୍ତି ସେଥ‌ିପାଇଁ ଏବେ ୧୦୯ ଆମ୍ବୁଲାନ୍ସ ଯୋଜନା କରାଯାଇଛି। କଳାର ହାଣ୍ଡି ହେଉଛି କଳାହାଣ୍ଡି। ଜୁନାଗଡ଼ ଦଧୂ ବାମନ ମନ୍ଦିରର ଲିପି କଳାହାଣ୍ଡିର ଇତିହାସ ଜଣାପଡ଼େ। କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍। ଯେଉଁଥରେ ଅନୁର୍ଜାତୀୟ ଖେଳ ହେଉଛି। ବାରବାଟୀ ଷ୍ଟାଡିୟମରେ ବି ଲାଗିଛି କଳାହାଣ୍ଡି ମାଟି। ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ଆସିଛି । ୨୪ ବର୍ଷର ବିଜେଡି ସରକାରର ସମସ୍ତ ଅବହେଳା ସାମ୍ନାକୁ ଆସିଛି। ପାତର ଅନ୍ତର ଯୋଗୁ ଅନେକ ଗରିବ ଲୋକ ଘର ପାଉ ନ ଥିଲେ। ଏବେ ଭାଜପା ସରକାର ଆସିଛି ପ୍ରକୃତ ଯୋଗ୍ୟ ହିତାଧୁକାରୀ ଘର ପାଇବେ। ଏଠି ପାତର ଅନ୍ତର ଚଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ବ୍ଲକର ୩୦ ହଜାରରୁ ଉଦ୍ଧ ଜନସାଧାରଣ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ଜିଲାବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା.

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣାରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ