ଭଗବାନ ମତେ ଶିଘ୍ର ଭଲ କରି ଦିଅ ମୁଁ ସ୍କୁଲ କୁ ଯାଇ ପାଠ ପଢ଼ିବି ପିଲାମାନଙ୍କ ସହିତ ଖେଳକୁଦ କରିବି

କହୁଛି ଜଣେ ବିକଳାଙ୍ଗ ସୁଧାଂଶୁ ପରିଡ଼ା ସେ ଛୋଟ ବେଳୁ ଏମିତି ହୋଇ ଘରେ ପଡ଼ିରହିଛି ତାକୁ ଏପର୍ଯ୍ୟନ୍ତ ସରକାର ସୁବିଧା ଠିକ୍ ଭାବରେ ମିଳି ପାରୁନାହିଁ ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ସିଲିଦା ତଳସାହି ଗ୍ରାମର ଦିବ୍ୟାଙ୍ଗ ଯୁବକ ସୁଧାଂଶୁ ପରିଡ଼ା ଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆ ଯିବାକୁ ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି।ଜଣେ ସମ୍ପୂର୍ଣ୍ଣ ଅକର୍ମଣ୍ୟ ଯୁବକ ଭାବେ ସୁଧାଂଶୁ ଙ୍କୁ ମାତ୍ର 70 ପ୍ରତିଶତ ପୁରୁଣା ଦିବ୍ୟାଙ୍ଗ ପ୍ରମାଣପତ୍ର ରହିଛି। ତାଙ୍କୁ ମାସିକ ମାତ୍ର 12 ଶହ ଟଙ୍କା ଦିବ୍ୟାଙ୍ଗ ଭତ୍ତା ମିଳୁଥିବା ବେଳେ ଅନ୍ୟ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇ ନାହିଁ।ଏପରିକି ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ କୋଟି କୋଟି ଟଙ୍କା ବ୍ୟୟରେ ଦିବ୍ୟାଙ୍ଗ ମାନଙ୍କୁ 3 ଚକିଆ 4 ଚକିଆ ବ୍ୟାଟେରୀ ଚଳିତ ଗାଡି ଏପରିକି 3 ଚକିଆ ସ୍କୁଟି ଆଦି ଆଦି ଦିଆ ଯାଇଥିବା ବେଳେ ସୁଧାଂଶୁ ଙ୍କୁ ଆଜି ପର୍ଯ୍ୟନ୍ତ ବ୍ୟାଟେରୀ ଚାଳିତ 4 ଚକିଆ ଟିଏ ମଧ୍ୟ ଦିଆ ଯାଇ ପାରିନାହିଁ।ଦିବ୍ୟାଙ୍ଗ ମାନଙ୍କ ମାସିକ 35 କେଜି ଚାଉଳ ମଧ୍ୟ ତାଙ୍କ ପାଇଁ ସ୍ୱପ୍ନ ହୋଇଛି।ଦିବ୍ୟାଙ୍ଗ ମାନଙ୍କ ପାଇଁ ଆବାସ ଯୋଜନାରେ ଘର ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମଧ୍ୟ ମିଳିପାରି ନାହିଁ।ସିଲିଦା ଗ୍ରାମର ଲୋକନାଥ ପରିଡ଼ା ଓ ମାଳତୀ ପରିଡ଼ା ଙ୍କ ଦ୍ଵିତୀୟ ସନ୍ତାନ ସୁଧାଂଶୁ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କୁ ସକ୍ଷମ କରିବା ପାଇଁ ପରିବାର ବହୁ ଧାର କରଜ କରି ଚିକିତ୍ସା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ।ଲୋକନାଥଙ୍କ 5 ସନ୍ତାନ ମଧ୍ୟରେ ଝିଅ ବର୍ଷା(୨୩)ବାହା ହୋଇ ଥିବା ବେଳେ ଦିବ୍ୟାଙ୍ଗ ସୁଧାଂଶୁ(୨୩)ଙ୍କର ବିବାହ ସମ୍ଭାବନା ନାହିଁ।ତୃତୀୟ ଓ ଚତୁର୍ଥ ସନ୍ତାନ ଏବେ ଯୁକ୍ତ ଦୁଇ ରେ ପଢ଼ୁଥିବା ବେଳେ ସାନ ଝିଅ ମାନି (୧୪)ନବମରେ ପାଠ ପଢୁଛି।ବେଶୀ ଚାଷ ଜମି ନଥିବା ଲୋକନାଥ କଷ୍ଟେ ମଷ୍ଟେ ପରିବାର ପ୍ରତିପୋଷଣ କରୁଥିବା ବେଳେ ଅର୍ଥାଭାବ ତାଙ୍କୁ ଅସୁବିଧାରେ ପକାଉଛି।ଏପରିକି ଲୋକନାଥଙ୍କୁ ମଧ୍ୟ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରା ଯାଇ ନାହିଁ।ସମସ୍ତେ ପରିବାର 2 ବଖରା ଖପର ଘର ମଧ୍ୟରେ 6 ପ୍ରାଣୀ କୁଟୁମ୍ବ ନେଇ କାଳ କାଟୁଛନ୍ତି।ଏପରି ସ୍ଥିତିରେ ଦିବ୍ୟାଙ୍ଗ ପୁତ୍ର ସୁଧାଂଶୁ ଙ୍କୁ ବର୍ଦ୍ଧିତ ଭତ୍ତା, ଘର ଓ 4 ଚକିଆ ଓ 35 କିଲୋ ଚାଉଳ ମିଳି ପାରିଲେ ପରିବାରଟି ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ସ୍ଥାନୀୟ ଲୋକେ ମତ ରଖି ଛନ୍ତି।ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କ ଦୁଃଖ ଦୂର କରିବାକୁ ପଦକ୍ଷେପ ନେବାପାଇଁ ନିବେଦନ କରିଛନ୍ତି ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?






