ଭଂଜପୁର ଜଗଦ୍ଧାତ୍ରୀମେଳାର ଶେଷ ସନ୍ଧ୍ୟା - ବଲିଉଡ ପ୍ଲେ ବେକ ସିଙ୍ଗର ନାକାଶ ଅଜିଜଙ୍କ ଗୀତରେ ଝୁମିଲେ ଦର୍ଶକ

Nov 28, 2024 - 04:58
 0  25
ଭଂଜପୁର ଜଗଦ୍ଧାତ୍ରୀମେଳାର ଶେଷ ସନ୍ଧ୍ୟା - ବଲିଉଡ ପ୍ଲେ ବେକ ସିଙ୍ଗର ନାକାଶ ଅଜିଜଙ୍କ ଗୀତରେ ଝୁମିଲେ ଦର୍ଶକ

ବାରିପଦା - ତା :- ୨୭/୧୧/୨୦୨୪ ରିଖ ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଅନୁଷ୍ଠିତ ୩୦ ତମ ଜଗଦ୍ଧାତ୍ରୀ ମେଳା ଉଦଯାପିତ ହେବା ସହିତ ୩ ଦିନ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ବଲିଉଡ ନାଇଟ୍ସର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବଲିଉଡ ପ୍ଲେ ବେକ ସିଙ୍ଗର ନାକାଶ ଅଜିଜଙ୍କ ଗୀତରେ ବିମୋହିତ ହେଲେ ଦର୍ଶକ I ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ I ୧୩ ତାରିଖରୁ ଆରମ୍ଭ ଜଗଦ୍ଧାତ୍ରୀ ମେଳା - ୨୦୨୪ ଆଜି ଶେଷ ହେଲା I ଚଳିତ ମାସ ୨୯ ତାରିଖରେ ମା' ଙ୍କ ଭସାଣି କାର୍ଯ୍ୟକ୍ରମ ରହିଛି I ସୁଚାରୁ ରୂପେ ମା' ଙ୍କ ୭୨ ତମ ପୂଜା ସହ ୩୦ ତମ ମେଳା ସମ୍ପନ୍ନ ହୋଇଥିବାରୁ କମିଟି ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ପୂଜା କମିଟି ଅଧ୍ୟକ୍ଷ ସୁଦାମ ମାର୍ଣ୍ଡି, ମେଳା କମିଟି ଅଧ୍ୟକ୍ଷ ସାନଦ ମାର୍ଣ୍ଡି, କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ପୂଜା ଉପାଧ୍ୟକ୍ଷ ଜ୍ଞାନେନ୍ଦ୍ର ପ୍ରସାଦ ଦାଶ, ମେଳା ଉପାଧ୍ୟକ୍ଷ କଳିଙ୍ଗ କେଶରୀ ଜେନା, ଷ୍ଟଲ ସମ୍ପାଦକ ସପନ ପଣ୍ଡା, ବରିଷ୍ଠ ସଦସ୍ୟ ଧୀରେନ୍ଦ୍ର ନାୟକ, ସାଂସ୍କୃତିକ ସମ୍ପାଦକ ପ୍ରିତମ ପଣ୍ଡା, ମାନସ ମହାନ୍ତି, ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଓ ମୁମ୍ବାଇ ନାଇଟ୍ସର ମୁଖ୍ୟ ଉଦ୍ୟକ୍ତା ପ୍ରିୟବ୍ରତ ଦାସ (ବୁନୁକା ଭାଇ) ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି I ମଞ୍ଚ ପରିଚାଳନାରେ ସୋମନାଥ ସିଂହ, ଆଲୋକ ବାରିକ ଓ କିଶୋର ପଲେଇ ସହାୟତା ପ୍ରଦାନ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ