ବ୍ଳକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ
କିର୍ମିରା୨୫।୩(ଫାଷ୍ଟ ନିଉଜ ଓଡ଼ିଶା) ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ମିଳିତ ସହଯୋଗରେ କିର୍ମିରା ବ୍ଳକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମହିଳା କମିଶନ ସଭ୍ୟା ମୁକ୍ତା ସାହୁ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ମହିଳା ମାନଙ୍କ ଅଧିକାର ଓ ସେମାନଙ୍କ ଥିବା ଆଇନଗତ ବ୍ୟବସ୍ଥା ବିଷୟ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଲ୍ୟ ବିବାହ, କନ୍ୟା ଭ୍ରୁଣ, ନାରୀ ନିର୍ଯ୍ୟାତନା ଏବଂ ରାଜ୍ୟ ସରକାରଙ୍କ ମହିଳା ଆଇନ ବିଷୟରେ ସଚେତନ କରିଥିଲେ।ଅନ୍ୟ ଅତିଥି ଜାତୀୟ ବିଜେପି କାଉସିଲ ସଭ୍ୟା ସବିତା ନନ୍ଦ, ସାଂସଦ ପ୍ରତିନିଧି ନବଲ ଆଗ୍ରୱ।ଲ, ବିଧାୟକ ପ୍ରତନିଧି ବାବୁଲାଲ କିସାନ,ଲଇକେରା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା,ଜିଲା ଆଇନ ସଚେତନତା ସମ୍ପାଦିକା ଆଲୋକମୟୀ ପ୍ରଧାନ,ଜିଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତି ଗର୍ତିଆ, ଜିଲା ଚାଇଡଲାଇନ ସଂଯୋଜକ ଆଶିଷ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମହିଳା ଆଇନ ବିଷୟରେ ଦିଗଦର୍ଶନ ଦେଇଥିଲେ। ଜିଲା କାର୍ଯ୍ୟକାରୀ ସଂଯୋଜକ ମିନାକ୍ଷୀ ରାଜ ସମସ୍ତଙ୍କୁ ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ଶପଥ ପାଠ କରାଇଥିଲେ। ଜିଲା ଶିଶୁ ବିକାଶ ଅଧିକାରୀ ସୁନନ୍ଦ ମହାରଣା ମଞ୍ଚ ପରିଚାଳନା କରିଥିଲେ।ବ୍ଳକ ମହିଳା ଶିଶୁ ବିକାଶ ଅଧିକାରୀ ସଙ୍ଗିତା ଅଢ଼ା, ବିପିସି ଅନୁପମା ମିଞ୍ଜ ସହ ବିଭାଗ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶିବିରରେ ଅଙ୍ଗନବାଡି କର୍ମୀ, ମହିଳା, ଯୁବତୀ ଉପସ୍ଥିତ ଥିଲେ। ବିଡିଓ ଅଭିନାଶ ଲାକ୍ରା ଅନ୍ୟବାଦ ଦେଇଥିଲେ।
କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜି ଓଡ଼ିଶା
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
0